ଭୁବନେଶ୍ବର, ୧୪/୧୨ (ସନ୍ଧାନ ନିୟୁଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବା ପରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାମ ହେବ ଫେଥାଇ(Phethai)। ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଅଭିମୁଖେ ଗତି କରିବ ବୋଲି ପାଣିପାଗ ବିଭାଗରୁ ସତର୍କ ସୂଚନା ଦିଆଯାଇଛି। ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଓ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ୧୫ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଛୁଇଁବ। ଏହା ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ ରୁ ୧୦୦ କିମି ରହିବ ବୋଲି ଅନୁମାନ କରାଯାଉଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଯଦିଓ ବିଶେଷ କିଛି ପ୍ରଭାବ ପଡିବ ନାହିଁ, ତେବେ ଦକ୍ଷିଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତାଜା ଖବର
- ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ
- ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
- ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ
- ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
- ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ?
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ