ଯାଜପୁର, ୧୦/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ହେବାକୁ ଥିବା ମେଡ଼ିକାଲ କଲେଜକୁ ପାଣିକୋଇଲି ଠାରେ ନିର୍ମାଣ କରିବା ଦାବି ନେଇ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ୨୭ ଦିନରେ ପହଂଚିଛି। ବିଜୁ ବାବୁଙ୍କ ସ୍ୱପ୍ନର ଯଯାତି ନଗରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ମେଡିକାଲ କଲେଜ କାହିଁକି ନହେବ ସେ ନେଇ ପ୍ରଶାସନର ନିରବତାକୁ ନିନ୍ଦା କରାଯାଇଥିଲା। ଉଭୟ ଭୌଗଳିକ ଓ ଗମନାଗମନ ଦୃଷ୍ଟିରୁ ପାଣିକୋଇଲି ଉକ୍ତ ମେଡ଼ିକାଲ ନିମନ୍ତେ ସର୍ବୋତମ ସ୍ଥାନ ହୋଇଥିବା ବେଳେ ଏଠାରେ ଶହ ଶହ ଏକର ସରକାରୀ ଜମି ରହିଛି। ପାଣିକୋଇଲିରେ ମେଡିକାଲ କଲେଜ ଖୋଲିବାକୁ ଦାବି କରିବା ସହ ପ୍ରଶାସନ ୨୭ ଦିନ ଧାରଣା ଚାଲିଥିଲେ ବି ଜିଲ୍ଲା ଓ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ନଦେବାକୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଭ୍ରମରବର ରାଉତ, ସଦାଶିବ ଦାସ, ସିପିଏମ ନେତା ପ୍ରଫୁଲ୍ଲ ନାୟକ, ବିଜୟ ଲକ୍ଷ୍ମୀ ମହାନ୍ତି, ଦିଲ୍ଲିପ ଦାସ, ପ୍ରଦୀପ ମହାନ୍ତି, ପ୍ରରବ ଜୀ ଙ୍କ ସମେତ ମଂଚ ପକ୍ଷରୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ଧରଣୀଧର ଘଡାଇ, ଯୁଗ୍ମ ଆବାହକ ସୁବାସ ଧଳ ପ୍ରମୁଖ ଶତାଧିକ ଲୋକ ଧାରଣାରେ ସାମିଲ ହୋଇ ଆଗାମି ଦିନରେ ପାଣିକୋଇଲି ଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ହେବା ସୂଚନା ମିଳିଛି।
Reeport-Manas Kumar Rout, Jajpur


