ବରଗଡ଼, : ୨/୯/୨୬ (ସନ୍ଧାନ ନ୍ୟୁଜ) ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକ ୱେଲଫେୟାର ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିଏଫଓ ଶ୍ରୀ ବିଭୂତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ପରିବାର ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ମୃତ୍ୟୁକାଳୀନ ସହାୟତା ବାବଦରେ ୬୨ ଜଣ କେନ୍ଦୁପତ୍ର ତୋଳାଳି, ୭ ଜଣ ସିଜିନାଲ କର୍ମଚାରୀ ଓ ଜଣେ ବନ୍ଧେଇ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ୬୪ କୋଟି ଟଙ୍କାର ବୋନସ ପ୍ରଦାନ କରାଯାଇଥିବାରୁ ବୈଠକରେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଯାଇଥିଲା। ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳିମାନେ ବୋନସ ବାବଦରେ ୧ କୋଟି ୪୦ ଲକ୍ଷ ଟଙ୍କା ପାଇଥିବା ଡିଏଫଓ ଶ୍ରୀ ବେହେରା ସୂଚନା ଦେଇଥିଲେ। ବୈଠକରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ରର ଗୋଟିଏ ଲଟ୍ କ୍ୱିଣ୍ଟାଲ ପ୍ରତି ୫୨ ହଜାର ୬୫୫ ଟଙ୍କାରେ ବିକ୍ରି ହୋଇଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହା ଓଡ଼ିଶାରେ ସର୍ବାଧିକ ମୂଲ୍ୟ ବୋଲି ଡିଏଫଓ ଶ୍ରୀ ବେହେରା କହିବା ସହ ସମସ୍ତ ସରକାରୀ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ବୈଠକରେ ଶ୍ରମିକ ନେତା ତଥା ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏସିଏଫ୍ ଶ୍ରୀ ଆତ୍ମାରାମ ମହାନନ୍ଦ, ଏଡିଡବ୍ଲୁ ଶ୍ରୀ ସଞ୍ଜୟ ଲେଙ୍କା ଏବଂ କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସମ୍ପାଦକ ଶ୍ରୀ କୋକିଳ ସାହୁଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ନିଷ୍ପତ୍ତିd ସହାୟତା, ତୋଳାଳିଙ୍କ ଖାତାକୁ ପହଞ୍ଚିଲା ବୋନସ
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ନିଷ୍ପତ୍ତିd ସହାୟତା, ତୋଳାଳିଙ୍କ ଖାତାକୁ ପହଞ୍ଚିଲା ବୋନସ



