ବ୍ରହ୍ମାକୁମାରୀ ଛତିଆ ପକ୍ଷରୁ ରକ୍ତଦାନ ଶିବିର

Spread the love

ଯାଜପୁର ଜିଲ୍ଲା ଛତିଆ ନିକଟରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତିଆ ଶାଖା କେନ୍ଦ୍ର ଆନୁକୁଲ୍ୟରେ ଅନୁଷ୍ଠାନର ଭୁତପୂର୍ବ ପ୍ରଶାସିକା ଡ. ଦାଦି ପ୍ରକାଶମଣୀଙ୍କ ପୂଣ୍ଣ୍ୟ ସ୍ମୃତି ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଓ ଆଲୋଚନା ଚକ୍ର ଶାଖା କେନ୍ଦ୍ରର ସଂଚାଳିକା ଭଉଣୀ କୁସୁମଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଆଲୋଚନା ଚକ୍ରରେ ବୈରୀ ଥାନାର ଭାରପ୍ରାପ୍ତ ଅଧିକାରୀ ମହୋସ୍ମୀତା ପଣ୍ଡା, ସୋଲର ପଂଚାୟତ ସରପଂଚ ବିଜୟ ସ୍ୱାଇଁ,ପୂର୍ବତନ ସରପଂଚ ନିଳମଣୀ ରାଉତରାୟ,ମହାବିନାୟକ ବିଜେପି ମଣ୍ଡଳ ସଭାପତି ମାନସ ରାଉତରାୟ ବିଜେପି ସୋସିଆଲ ମିଡିଆ ସଂଯୋଜିକା ସସ୍ମିତା ମହାନ୍ତି ଯୋଗଦେଇ ଅନୁଷ୍ଠାନ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ଦାଦିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ସହ ସଂଚାଳିକା ଭଉଣୀ ମିତୁନି ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ। ବୈରୀ ପୋଲିସ ଟ୍ରେନିଂ ସେଣ୍ଟରର ୪୦ଜଣ ଟ୍ରେନରସ୍ ରକ୍ତଦାନ କରିଥିଲେ।ସ୍ଥାନିୟ ଅଂଚଳର ଅନେକ ସ୍ୱେଛାସେବୀ ସଂଙ୍ଗଠନ ଯୋଗଦେଇ ରକ୍ତଦାନ କରିଥିଲେ।ଏହି ଶିବିରରେ ୧୦୦ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।କଟକ ରାମଚନ୍ଦ୍ର ଭଞ ମେଡିକାଲ କଲେଜର କର୍ମଚାରୀମାନେ ଏହି ରକ୍ତଦାନ ଶିବିରରେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଦୟାନିଧି ଭାଇ, ଅମୁଲ୍ୟ ଭାଇ,ଅଭୟ ଭାଇ,ଅନାମ ଭାଇ,ଅନାଦି ଭାଇ ପ୍ରମୁଖ ସହଯୋଗ କରିଥିଲେ।ଆଳି ସେବାକେନ୍ଦ୍ରର ସାଚାଳିକା ଭଉଣୀ ସଂଜୁକ୍ତା,ବଡଚଣା ସେବାକେନ୍ଦ୍ରର ସଂଚାଳିକା ଭଉଣୀ ମାନସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶେଷରେ ସମସ୍ତଙ୍କୁ ବ୍ରହ୍ମା ଭୋଜନ ସ୍ୱିକାର କରାଯାଇ ବାୟାଭାଇଙ୍କ ଦ୍ୱାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Related Posts

About The Author

Add Comment