ସୁନ୍ଦରଗଡ ତା:୨୮/୮/୨୦୨୬( ସନ୍ଧାନ ନ୍ୟୁଜ) ଯୋଜନା ପରେ ଯୋଜନା ବିତିଗଲା ହେଲେ ପ୍ରଶାସନ ଆଖି ବନ୍ଦ କରି ରହିଛି । ନିଜ ଗାଁ ରେ ଟଙ୍କା ସଂଗ୍ରହ କରି କ୍ଲବ ଘର ମରାମତି କରିଥିବା ଦେଖିବାକୁ ମିଳିଛି । ଉଚିତ୍ ସମୟରେ ଏହାର ଜବାବ ଦିଆଯିବ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣା ପଡ଼ିଛି ।ସୂଚନା ଅନୁସାରେ ଟାଙ୍ଗରପାଲି ବ୍ଲକ ସାନ ପତ୍ରାପାଲି ପଞ୍ଚାୟତ ପାତକୀ ଜୋର୍ ଗ୍ରାମରେ ବିଗତ ଅନେକ ବର୍ଷ ତଳେ କ୍ଲବ ଘର ହୋଇଥିଲା । ହେଲେ ଆଜି ସେଇ ଘରେ ବର୍ଷା ସମୟରେ ପାଣି ଝରୁଛି । ବାରମ୍ବାର ଲିଖିତ ଅଭିଯୋଗ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପାତକୀ ଜୋର୍ କ୍ଲବ ଘର ଅସୁବିଧା ଦୁର ହୋଇପାରି ନି । ସତରେ କଣ ଏହି ଗ୍ରାମ ପାଇଁ ସରକାରୀ ଯୋଜନା ଅପହଞ୍ଚ । ଗାଁ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଗ୍ରାମର ରାଧାମାଧବ କୀର୍ତ୍ତନ ମଣ୍ଡଳୀ ଚାନ୍ଦା ଆଦାୟ କରି ଏହି କାର୍ଯ୍ୟରେ ଅଣ୍ଟା ଭିଡୁଥିବା ସୂଚନା ରହିଛି । ଗାଁ ଲୋକଙ୍କ କହିବା ଅନୁସାରେ ଏହି କ୍ଲବ ଘର ଅଞ୍ଚଳ ର ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏହି ଘରେ ସାମାଜିକ ବୈଠକ,ବାହାଘର ବରଯାତ୍ରୀ, କୀର୍ତ୍ତନ, ରଥଯାତ୍ରା ସହିତ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଛି ହେଲେ ପ୍ରଶାସନ ପକ୍ଷରୁ ଏତେ ଅବହେଳା କାହିଁକି ତାହା ଏବେ ଏକ ପ୍ରଶ୍ନବାଚୀ ପାଲଟିଛି ? ବର୍ଷା ସମୟରେ ଛାତ ପାଣି ପଡୁଥିବାରୁ କ୍ଲବରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଘରେ ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟ ସମ୍ପାଦିତ ହେଉଛି ସେଥିପ୍ରତି ଏତେ ଅବହେଳା କାହିଁକି? ଆଗାମୀ ନିର୍ବାଚନର ଏହାର ଉଚିତ ଜବାବ ଦିଆଯିବ ବୋଲି ଅଞ୍ଚଳବାସୀ ସୂତ୍ରରୁ ଜଣାପଡ଼ିଛି ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ,ଚାନ୍ଦା ସଂଗ୍ରହ କରି କ୍ଲବ ମରାମତି କଲେ ଗ୍ରାମବାସୀ
|
August 28, 2026 |



