ବିପଦ ବେଳେ ସୁଖ-ଦୁଃଖର ସାଥୀ ହୋଇ ପହଞ୍ଚାଇଲା ଶୁଖିଲା ଖାଦ୍ୟ ବନ୍ୟାରେ ଜଳମଗ୍ନ ହୋଇ ଜୀବନ ଦୁର୍ବିସହ ହୋଇପଡ଼ିଥିବା ଲୋକଙ୍କ ପାଖରେ ପୁଣିଥରେ ସେବାର ହାତ ବଢ଼ାଇଛି ପ୍ରମୋଦ ପତି ଫାଉଣ୍ଡେସନ। ବିପଦର ଏହି କଠିନ ସମୟରେ ମାନବିକତାର ପରିଚୟ ଦେଇ ବନ୍ୟା ପ୍ରଭାବିତ ଭୋଟକା, ବଣ୍ଟରା, ରାଜେନ୍ଦ୍ରପୁର, ବନ୍ଧଡିହ, ବ୍ରହ୍ମବରଦା ଅଞ୍ଚଳର ବିପନ୍ନ ପରିବାରମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଫାଉଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତିଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବନ୍ୟା ଯୋଗୁଁ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥିବା ଅନେକ ପରିବାରଙ୍କୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଫାଉଣ୍ଡେସନ ସେମାନଙ୍କ ଦୁଃଖରେ ସାମିଲ ହୋଇଥିଲା। ରସୁଲପୁରବାସୀଙ୍କ ସୁଖ-ଦୁଃଖର ସାଥୀ ପ୍ରମୋଦ ପତି ଫାଉଣ୍ଡେସନ ବିପଦ ସମୟରେ କେବଳ ସହାୟତା ନୁହେଁ, ବରଂ ଆଶ୍ୱାସନର ହାତ ନେଇ ବିପନ୍ନଙ୍କ ନିକଟରେ ଠିଆ ହୋଇଛି। ବନ୍ୟାର ଦୁଃଖ ମଧ୍ୟରେ ଗୋଟିଏ ଛୋଟ ସହାୟତା ମଧ୍ୟ ଜଣେ ବିପନ୍ନଙ୍କ ମନରେ ବଡ଼ ଆଶା ସୃଷ୍ଟି କରିପାରେ। ସେହି ମାନବିକ ଭାବନାକୁ ଆଧାର କରି ଫାଉଣ୍ଡେସନର ଏହି ସେବା କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି।
ବନ୍ୟା ବିପନ୍ନଙ୍କ ପାଖରେ ପ୍ରମୋଦ ପତି ଫାଉଣ୍ଡେସନ
|
August 21, 2026 |



