ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୬ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Spread the love
ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ  ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ -୨୦୨୬ ଉପଲକ୍ଷେ  ଜିଲ୍ଲା ସ୍ତରୀୟ  ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦ ଟି ବ୍ଲକରୁ ୫୦ ଜଣ  ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ l  ପ୍ରଶିକ୍ଷଣକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁରମା ମହାପାତ୍ର ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିଲେ l  ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁପ୍ରଭା ପରିଡା ସମ୍ମାନିତ ଅତିଥି ଓ  ଡ଼. ଅକ୍ଷୟ କୁମାର ପଣ୍ଡା ପ୍ରଶିକ୍ଷକ ରୂପେ ଯୋଗଦାନ କରିଥିଲେ l  ଏହି ପ୍ରଶିକ୍ଷଣ ଶିବିରରେ  ଡ଼. ପଣ୍ଡା ଉପସ୍ଥିତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ପ୍ରକଳ୍ପ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ସହ ବିଜ୍ଞାନ ଶିକ୍ଷକମାନେ କିପରି ପଞ୍ଜିକରଣ କରିବେ ସେ ବିଷୟରେ ଅବଗତ କରାଇଥିଲେ l ଉଦଘାଟକ ତଥା ମୁଖ୍ୟ ଅତିଥି ଶ୍ରୀମତୀ ମହାପାତ୍ର ସ୍ଥାନୀୟ ସମସ୍ୟାର ଚି଼ହ୍ନଟ ସହ ତା’ର ସମାଧାନ କିପରି କରିବେ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଶ୍ରୀମତୀ ପରିଡା ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନକୁ ବୈଜ୍ଞାନିକ ଭିତ୍ତିରେ କରିବାକୁ ଅନୁପ୍ରେରିତ କରିଥିଲେ l ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଉଦେଶ୍ୟ ଓ ଲକ୍ଷକୁ ଉପସ୍ଥାପନା କରିଥିଲେ l ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ଅଧିକରୁ ଅଧିକ ପ୍ରକଳ୍ପରେ କିପରି ଭାଗ ନେଇପାରିବେ  ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ବରିଷ୍ଠ ପ୍ରଧାଶିକ୍ଷକ ଅଟଳ ବେହେରା,   ଗଣେଶ୍ୱର ବେହେରା, ଜିତେନ୍ଦ୍ର ସାହୁ, ସତ୍ୟବ୍ରତ ପାଣି, ବିଜୟ କୁମାର ସାହୁ, ବିଷ୍ଣୁ ଚରଣ ସାହୁ ଆଦି ବିଜ୍ଞାନ ଶିକ୍ଷକ ଏବଂ ଉକ୍ତ ବିଦ୍ୟାଳୟର ଅନିତା ପାଣିଗ୍ରାହୀ, ମୋନାଲିସା ପଣ୍ଡା ଓ କର୍ମଚାରୀମାନେ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଅମରେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Related Posts

About The Author

Add Comment