ବ୍ରାହ୍ମଣୀ ନଦୀ ବନ୍ୟାରେ ବିଛିନ୍ନ ପଙ୍କପାଳ–ବ୍ରାହ୍ମଣୀ ବ୍ରିଜ ରାସ୍ତା, ୧୧ଟି ପଞ୍ଚାୟତବାସୀ ହନ୍ତସନ୍ତ

Spread the love

ଜେନାପୁର ୨୯/୭:(ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ନୀଳମଣି ଦେଇପୁରରୁ ବ୍ରାହ୍ମଣୀ ବ୍ରିଜକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଏହାଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୧୧ଟି ପଞ୍ଚାୟତର ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି,ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ପ୍ରାୟ ୨୫ ହଜାରରୁ ଅଧିକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। କିନ୍ତୁ ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ପରେ ଲୋକମାନେ ବିକଳ୍ପ ରାସ୍ତାରେ ପ୍ରାୟ ୬ କିଲୋମିଟର ଅଧିକ ବାଟ ବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ରୋଗୀ ଏବଂ ଜରୁରୀ ସେବା ପାଇଁ ଯାତାୟାତ କରୁଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବନ୍ୟାରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ନିର୍ମିତ ଆନିକଟ ଆଶାନୁରୂପ କାର୍ଯ୍ୟକାରୀ ହୋଇପାରିନାହିଁ। ସେମାନଙ୍କ ମତରେ, ଯଦି ଏହି ରାସ୍ତାର ଉଚ୍ଚତା ଅତିରିକ୍ତ ୪ ଫୁଟ ବଢ଼ାଯାଇଥାନ୍ତା, ତେବେ ପ୍ରତିବର୍ଷ ବନ୍ୟା ସମୟରେ ଏଭଳି ଦୁର୍ଭୋଗରୁ ମୁକ୍ତି ମିଳିପାରିଥାନ୍ତା।ଅଞ୍ଚଳବାସୀ ରାସ୍ତାର ସ୍ଥାୟୀ ସମାଧାନ ସହ ଏହାର ଉଚ୍ଚତା ବୃଦ୍ଧି କରିବାକୁ ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Related Posts

About The Author

Add Comment