ସୁନ୍ଦରଗଡ ତା:୧୮/୭/୨୦୨୬(ସନ୍ଧାନ ନ୍ୟୁଜ) କିଞ୍ଜିରକେଲା ଥାନା ଅନ୍ତର୍ଗତ କୁପାଟାଙ୍ଗର ନିକଟ ରେ ବାଇକ୍ ଓ ସ୍କୁଟି ଦୁର୍ଘଟଣା ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଗତକାଲି ସନ୍ଧ୍ୟା ସମୟରେ ଘଟଣା ଘଟିଥିବା ଜଣାପଡ଼ିଛି ।ଘଟଣା ସ୍ଥଳରେ କିଞ୍ଜିରକେଲା ପୋଲିସ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ବାଇକ୍ ନମ୍ବର ଓଡି୧୬ବି ୭୫୮୩ ଓ ସ୍କୁଟି ଓଡି୧୬ଏଲ ୬୨୧୧ କୁ ପୋଲିସ ଜବତ କରିଛି । ଗୁରୁତର ମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।
ବାଇକ୍ ଓ ସ୍କୁଟି ଧକ୍କା ,ତିନି ଜଣ ଗୁରୁତର
|
July 18, 2026 |



