କଟକ,(ସନ୍ଧାନ ନ୍ୟୁଜ୍): ଶିକ୍ଷାନୁଷ୍ଠାନ ପି.ବି.ଟ୍ୟୁଟୋରିଆଲ୍ କନ୍ଦରପୁର ପରିସରରେ ସ୍ୱାମୀଜୀ ଯୁବକ ସଂଘ ପ୍ରତିଷ୍ଠାତା ଇଂ.ବିରଞ୍ଚି ନାରାୟଣ ଭୂୟାଁଙ୍କ ତତ୍ତ୍ୱାବଧାନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ କନ୍ଦରପୁର ମହାବିଦ୍ୟାଳୟର ଅଧ୍ୟାପକ ତଥା ସ୍ୱାମୀଜୀ ଯୁବକ ସଂଘର ବରିଷ୍ଠ ଉପଦେଷ୍ଟା ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ବିଶ୍ୱାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେହିପରି ଯୁକ୍ତ ଦୁଇ ବିଜ୍ଞାନ ୨୦୨୬ ପରୀକ୍ଷାରେ ୫୮୧ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଜଗତସିଂହପୁର ଜିଲ୍ଲା ଏବଂ ଦରଡା ଶାସନର କୁମାରୀ ବୈଶାଳୀ ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟ ନିର୍ଦ୍ଦେଶକ ବାମଦେବ ସ୍ୱାଇଁ,୪୨ ମୌଜା ଶାନ୍ତି କମିଟିର ସଭାପତି ଶରତ ରାୟ,ଆଡଭୋକେଟ୍ ସଂଜୀବ ବିଶ୍ୱାଳ, ଧର୍ମପ୍ରାଣା ରେଣୁବାଳା ବିଶ୍ୱାଳ,ଅଧ୍ୟାପକ ପାର୍ଥ ସାରଥୀ ପରିଡ଼ା,ସଂଘ ସଭାପତି ମଦନ ମୋହନ ରାଉତ ଉପସ୍ଥିତ ଥିଲେ । ସମ୍ପାଦକ ଇଂ.ସୁରଜ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପ ଭୂୟାଁ,ପବିତ୍ର ବେଉରା,ଦେବୀପ୍ରସାଦ ରାଉତରାୟ, ତପସ୍ୱିନୀ ପଣ୍ଡା,ଶ୍ୱେତା ରାଉତ, ଋତୁପର୍ଣ୍ଣା ମହାନ୍ତି ଓ କ୍ରିଷ୍ଣା ପ୍ରମୁଖ ସହଯୋଗ କରିଥିଲେ । ସଂଘର ମୁଖ୍ୟ ପରିଚାଳକ ସେବକ ସୂର୍ଯ୍ୟ ନାରାୟଣ ଭୂୟାଁ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏକ କବିତା ମାଧ୍ୟମରେ ପୂଜ୍ୟ ଗୁରୁଦେବଙ୍କ ପ୍ରତି ଭାବନାର ପ୍ରକାଶ କରିଥିଲେ ଯାହା ବହୁତ ହୃଦୟସ୍ପର୍ଶୀ ହୋଇଥିଲା ।
ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ସମ୍ବର୍ଦ୍ଧିତ ।
|
July 16, 2026 |



