ବିକାଶ ନାଁ ରେ ପୁଞ୍ଜିପତି ଙ୍କ ସ୍ୱାର୍ଥରେ ମୁଖା ପିନ୍ଧା ଲୋକଙ୍କ ସରକାର

Spread the love

ସୁନ୍ଦରଗଡ ତା:୧୩/୭/୨୦୨୬( ସନ୍ଧାନ ନ୍ୟୁଜ) ଯୁଗି ଯୁଗେନ ଡ୍ୟାମ ଲୋକଙ୍କ ଭାବ ସହିତ ଜଡିତ । ଆର. ଟି.ଆଇ ତଥ୍ୟରୁ ଜଣାପଡିଛି ଯେ ୧୦ ଟି ଗ୍ରାମ ସମ୍ପୂର୍ଣ ଜଳମଗ୍ନ ହେବା ସହିତ ପାଖାପାଖି ୨୫ ଟି ଗ୍ରାମ ଶତକଡା ୫୦ ରୁ ୭୦ ଭାଗ ଜଳମଗ୍ନ ହେବ । ଚିରଦିନ ପାଇଁ ଜଳ ସମାଧି ନେବ ଅଞ୍ଚଳ ଲୋକଙ୍କ ସ୍ୱପ୍ନ । ପୁରାତନ ଯୁଗର ଐତିହ ସବୁଦିନ ପାଇଁ ଜଳମଗ୍ନ ହୋଇଯିବ ।ଅଞ୍ଚଳ ର ଲୋକେ କିଶୋର ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ର ସେଇ ଅଭୁଲା ସ୍ମୃତି ସହିତ ନିଜ ପୂର୍ବ ପୁରୁଷଙ୍କ ସ୍ମୃତି ସବୁଦିନ ପାଇଁ ଜଳ ସମାଧି ନେବ । ଏଥିରେ ଭିଆମାଟି ହରାଇବେ ହଜାର ହଜାର ଲୋକ । କହିବାକୁ ଗଲେ ପ୍ରକୃତିକୁ ଯଦି ମଣିଷ ତିଆରି କରି ନାହିଁ ତାହେଲେ ଉନ୍ନତି ନାଁ ରେ ଵିଲୟ କରିବା କେତେ ଦୁର ଠିକ୍ ? ବିକାଶ ର ନାଁ ରେ କଣ ସରକାରଙ୍କ ପ୍ରକୃତିର ବିନାଶ କରିବା ଠିକ୍ ? ପ୍ରକୃତିକୁ ନଷ୍ଟ କରି ଜୀବନ୍ତ ଲୋକଙ୍କୁ ଶବ ସଜାଇ ଜୀବନ ଓ ଜୀବିକା ନଷ୍ଟ କରିବା ଲୋକଙ୍କ ସରକାରଙ୍କ ଅଧିକାର ରହିଛି କି? ଅନାଦି କାଳରୁ ଚାଲି ଆସୁଥିବା କଳା,ସଂସ୍କୃତି ଓ ପରମ୍ପରାକୁ ଜଳମଗ୍ନ କରିବା ପାଇଁ ସରକାରଙ୍କୁ ଅଧିକାର ଦେଲା କିଏ? ବିକାଶ ର ନାଁ ରେ ପୁଞ୍ଜି ପତିକୁ ପ୍ରଶୟ ଦେଇ ରାଜନୀତି କରିବା କେତେ ଦୁର ଯଥାର୍ଥ ତାହା ଦେଖିବାକୁ ବାକି ରହିଛି । ଏହାର ବିରୋଧ ରେ ସବଡେଗା ସହିତ ବାଲି ଶଙ୍କରା ବ୍ଲକରେ ସଂଗ୍ରାମ ସମିତି ଗଠନ କରି ଏହାର ଘୋର ବିରୋଧ କରୁଥିବା ଦେଖିବାକୁ ମିଳୁଛି ।

Related Posts

About The Author

Add Comment