୨୦୦୬ ବ୍ୟାଚର ପୁରାତନ ଛାତ୍ର  ଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ

Spread the love

ଯାଜପୁର ସଦର, : ୧୦/୬/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୬ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିଶରରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ କରାଯାଇଥିବା ବେଳେ ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ମାନଙ୍କୁ ନେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରି ଶ୍ରୀମତୀ ଆଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରିଥିଲେ । ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ଏବଂ ଗୁରୁଙ୍କ ମଧ୍ୟରେ ସୁସଂପର୍କ ବନ୍ଧନରେ ବାନ୍ଧି ହେବାର ମୂଳ ଲକ୍ଷ୍ୟ ଏହି ବନ୍ଧୁ ମିଳନ ଉତ୍ସବରେ ଏହାର ଭାଇଚାରା ବଜାଇ ରଖିବା ପାଇଁ ମୂଳ ଲକ୍ଷ୍ୟ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯଶୋବନ୍ତ ଲେଙ୍କାଙ୍କର ଏହି ବିଦ୍ୟାଳୟକୁ ଗଢି ତୋଳିବା ରେ ପ୍ରମୁଖ ଭୂମିକା ରହିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ସେହି ପରି ଏହି ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୟାନିଧି  ଶତପଥୀ ଯୋଗ ଦେଇ ବେଦ ଉଚ୍ଚାରଣ କରିବା ସହିତ ଛାତ୍ରଛାତୀ ମାନେ ତାଙ୍କର ପ୍ରିୟ ଗୁରୁମାନଙ୍କୁ ଗୁରୁ ପୂଜନ କରିବା ସହିତ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସେହିପରି ପୂର୍ବତନ ପିଟି ଶିକ୍ଷକ ଶିତାକାନ୍ତ ସାମଲ ଯୋଗଦାନ କରି ବନ୍ଧୁ ମିଳନ ହେଉଛି ଏକ ଭାଇଚାରା ବୋଲି କହିଥିଲେ । ପରସ୍ପରକୁ ହାତ ବଢାଇବା ଲାଗି ଏହା ହେଉଛି ସେହିପରି ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗଢି ତୋଳିବାରେ ଶିକ୍ଷକ ମାନଙ୍କ ଭୂମିକା ସହିତ ତାଙ୍କ ସମୟରେ କିପରି ଶିକ୍ଷା ଦେଉଥିଲେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ରାଜିବ ଲୋଚନ ବେହେରା ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଭାଷ୍କର ଚନ୍ଦ୍ର ପଣ୍ଡା ଯୋଗଦେଇ ସତ୍ ମାର୍ଗରେ କାର୍ଯ୍ୟ କରିବା ଲାଗି କହିବା ସହିତ ସତ୍ ଶିକ୍ଷା ଲାଭ କରିବା ପାଇଁ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ବିଦ୍ୟାଳୟର ଶିକ୍ଷକ ଇନ୍ଦ୍ରମଣୀ ନାୟକ ଯୋଗ ଦେଇ ତାଙ୍କ ଗୁରୁଙ୍କ ଠାରୁ ଶିଖିଥିବା ତାଙ୍କ ବକ୍ତବ୍ୟ ରଖିଥିଲେ ।ଏହି ବନ୍ଧୁ ମିଳନ ଉତ୍ସବକୁ ଉଚ୍ଚ ପ୍ରଶଂସା ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ଏହି ବିଦ୍ୟାଳୟର ପୂର୍ବତନ ୪ ର୍ଥ ଶ୍ରେଣୀ କର୍ମଚାରୀ ଯୋଗ ଦେଇଥିଲେ ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିଥିଲେ । ଶିଶୁ ମାନେ ଗୁରୁ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିଥିଲେ  । ଶିଶୁ କଳାକାର ଓଡ଼ିଶି ନୃତ୍ୟ ପରିବେଶଣ କରି ଗୁରୁମାନଙ୍କୁ ମୁଗ୍ଧ କରିବା ସହିତ ଶିଶୁ କଳାକାର ମନ କିଣି ନେଇଥିଲେ । ପ୍ରଥମ ଅଧିବେଶନ ଅବସରରେ ଗୁରୁମାନଙ୍କୁ ସମ୍ବନ୍ଧିତ କରିବା ସହିତ ପୁରାତନ ଛାତ୍ରଛାତୀ ପରିଚୟ ପ୍ରଦାନ କରିଥିବା ବେଳେ ଅତିଥି ମାନଙ୍କୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରି ଗୁରୁଙ୍କର ଆଶ୍ରୀବାଦ ଭିକ୍ଷା କରିଥିଲେ । ୨୦୦୬ ମସିହାର ବନ୍ଧୁ ମିଳନ ଉତ୍ସବ ବହୁ ଆଡମ୍ବର ସହକାରେ ପାଳନ ହୋଇଥିଲା । ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଫ୍ୟାମିଲି ମାନଙ୍କ ପରିଚୟ ପ୍ରଦାନ କରଯାଇଥିବା ବେଳେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ବିରଞ୍ଚି ନାରାୟଣ ପାଢି ମଞ୍ଚ ପରିଚାଳନା କରୁଥିଲେ । ଦ୍ଵିତୀୟ ଅଧିବେଶନ ଅବସରରେ ପୂଜ୍ୟ ଗୁରୁମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା  ।

Related Posts

About The Author

Add Comment