ଝରିଆ ଗଉଡ଼ ଗୋପାଳ ସମାଜ ଏକତା ମଞ୍ଚ ମହାସଭା ରେ ଯୋଗ ଦେଲେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ

Spread the love

ସୁନ୍ଦରଗଡ ତା:୩୧-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ସୁନ୍ଦରଗଡ଼ ଜିଲ୍ଲା ଓ ସୀମାନ୍ତ ଛତିଶଗଡ ତଥା ଝାରଖଣ୍ଡ ରାଜ୍ୟର ଝରିଆ ଗଉଡ଼ ଗୋପାଳ ସମାଜ ଏକତା ମଞ୍ଚ ପକ୍ଷରୁ ହେମଳତା କଲସେର ଙ୍କ ନେତୃତ୍ୱରେ ଆଜି କିଞ୍ଜିରକେଲା ଖେଳ ପଡିଆ ରେ ଝରିଆଗଉଡ଼ ଗୋପାଳ ସମାଜ ଏକତା ମଞ୍ଚର ମହାସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୭ଟି ବ୍ଲକ ସହ ରାଉରକେଲା ତଥା ପଡୋଶୀ ରାଜ୍ୟରୁ ଝରିଆ ଗଉଡ଼ ର ୧ହଜାର ରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇଥିଲେ l ବୈଠକ ପୂର୍ବରୁ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ରେ ଦ୍ୱୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବୈଠକ ର ଶୁଭାରମ୍ଭ କରାଯାଇଥିଲା l ସୁମନ୍ତ ପୂଜାରୀ ବୈଠକ ରେ ସଭା ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ଡିଲା ଙ୍କ ସଭାପତିତ୍ୱ ରେ ଏହି ବୈଠକ ହୋଇଥିଲା l ସମାଜର ସମ୍ମାନିତ ଅତିଥି ରୂପେ ସୁରେଶ ଚନ୍ଦ୍ର ବାଗ, ଗଜେନ୍ଦ୍ର ଭୈସାଲ, ପାଣ୍ଡଵ ରାଉତ, ବୈକୁଣ୍ଠ ବନଛୁର,ପୁଲିଚନ୍ଦ୍ର ଭୈସାଲ, ବୀରେନ୍ଦ୍ର ଖରସେଲ, ଚତୁର୍ଭୁଜ ଗୋସାଇଁ, ଶିବଚନ୍ଦ୍ର ଯାଦବ, ରମେଶ ଗଉଡ଼, ବାଲେଶ୍ୱର ଖଣ୍ଡା, ଉପେନ୍ଦ୍ର ଚିତା, ଅମୀର ପୂଜାରୀ, ଏପରି ଅନେକ ଅତିଥି ମଞ୍ଚାସିନ ହୋଇ ନିଜ ନିଜ ସମାଜ ର ମଙ୍ଗଳ ପାଇଁ ସମାଜ ରୁ କୁସଂସ୍କାର ପରିତ୍ୟାଗ କରିବା, ସମାଜ ର ନୀତି ନିୟମ ରେ ମୁଖ୍ୟ ସ୍ରୋତ ରେ ସାମିଲ ହେବା, ଶିକ୍ଷାକୁ ପରିବାର ରେ ଗୁରୁତ୍ୱ ଦେବା ଓ ପ୍ରତ୍ୟେକ ପରିବାର ରେ ଗୋପାଳନ କରିବାକୁ ପରାମର୍ଶ ଦେଇଥିଲେ l ନିଜ ନିଜ ଗଉଡ଼ ସମାଜ ଭିତରେ ଝିଅ ପୁଅଙ୍କୁ ବିବାହ କରିବାକୁ ମତ ରଖିଥିଲେ l ନିଶା ନିବାରଣ ସମାଜ ପାଇଁ ଶପଥ ପାଠ କରାଇଥିଲେ l ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଯୋଗ ଦେଇ କହିଥିଲେ ଯେ ଆପଣଙ୍କ ମତାମତ ରେ ମୁଁ ସହମତ, ଆପଣଙ୍କ ସମାଜ ଏକତ୍ରିତ, ନିଶା ନିବାରଣ, ଗୋପାଳନ, କୁସଂସ୍କାର ବର୍ଜନ ଏପରି କାର୍ଯ୍ୟରେ ରାଜ୍ୟ ସରକାର ତରଫରୁ ସହାୟତା କରିବାକୁ ଓଡିଶା ସରକାର ଙ୍କ ପାଖରେ ଦାବି ଉପସ୍ଥାପନା କରିବା ସହ ରାଜ୍ୟ ସରକାର ପକ୍ଷରୁ ସମ୍ପୂର୍ଣ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି l ସମାଜ ର ସୁଖ ଦୁଃଖ ରେ ସାହାଯ୍ୟ କରିବେ ବୋଲି ମତ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ସଦର ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ସଦର ବିଧାୟିକା କୁସୁମ ଟେଟେ ଏଥିରେ ଯୋଗ ଦେଇଥିଲେ l ଶିବଚନ୍ଦ୍ର ଯାଦବ ପୂର୍ବ ବୈଠକ ର ବିବରଣୀ ପଠନ କରିବା ସହିତ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଝରିଆ ଗଉଡ଼ ଗୋପାଳ ସମାଜ ପକ୍ଷରୁ ନୂତନ ପ୍ରକାଶିତ ବହି ଉନ୍ମୋଚନ କରିଥିଲେ l ଶେଷରେ ଧନୁର୍ଜୟ ସଙ୍କରିଆ ଧନ୍ୟବାଦ ଅର୍ପଣ କରିଥିଲେ l

Related Posts

About The Author

Add Comment