ଯାଜପୁରସଦର,: ୨୬/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ଅଧିନସ୍ତ ମଙ୍ଗଳପୁର ଵଜରାପାଟ ଗ୍ରାମର ନିରଞ୍ଜନ ନାଥ ଏବଂ ବିଜୟଲକ୍ଷ୍ମୀ ନାଥଙ୍କ ଝିଅ ମନୀଷା ନାଥ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଛନ୍ତି | କନିକାପଡା ସ୍ଥିତ ଏସଜି କଲେଜରେ ପାଠ ପଢିଥିବା ମନୀଷା ଏହି କଲେଜ ଇତିହାସରେ ବିଜ୍ଞାନ ବିଭାଗରେ ରେକର୍ଡ ସୃଷ୍ଟି କରି ସର୍ବୋଚ୍ଚ ନମ୍ବର ରଖି କୃତକାର୍ୟ୍ଯ ହୋଇଛନ୍ତି| ଏହି ପରିପ୍ରେକ୍ଷୀରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ ଶୁଭେଚ୍ଛା ଜଣାଇବା ସହ ପାଠ ପଢିଥିବା କୋଚିଂ ସେଣ୍ଟର ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି| ନ୍ୟୁକ୍ଲିୟସ କୋଚିଂ ସେଣ୍ଟରର ସମ୍ପାଦକ ଅଧ୍ୟାପକ ସତ୍ୟବ୍ରତ ପୃଷ୍ଟିଙ୍କ ପୌରାହିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରାଇଡେଣ୍ଟ କଲେଜର ପ୍ରଫେସର ସିଦ୍ଧାର୍ଥ ଶେଖର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସ୍ମିତାରାଣୀ ଭଞ୍ଜ, ସାମ୍ବାଦିକ ଜୟପ୍ରକାଶ ନାୟକ, ମହେଶ୍ୱର ଯେନା, ସୁଶାନ୍ତ ବେହୁରିଆ, ଚନ୍ଦ୍ରଶେଖର ସାହୁ, ସୀତାଂଶୁ ଶେଖର ଜେନା, ରାକେଶ କୁମାର ସାହୁ ଯୋଗଦେଇ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ| ଏଥି ସହ ଏହି କୋଚିଂ ସେଣ୍ଟରରୁ ୨୯ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୭୫ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖିଥିବା ୮ ଜଣ କୃତୀ ଛାତ୍ରଛାତ୍ରୀ ଆଶିଷ ମିଶ୍ର, ଅରମାନ ଘଡ଼େଇ, ମିର ରେହଁ, ଶାଶ୍ଵତୀ ସାହୁ, ଦିପ୍ତିମୟୀ ଦାସ, ଲକ୍ଷ୍ମୀପ୍ରିୟା ସାହୁ, ଶୁଭଶ୍ରୀ ସେଠି ଆଦିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀର ନିର୍ଦେଶ କ୍ରମେ ଏହିଭଳି ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିଥିବାରୁ ଶ୍ରୀଯୁକ୍ତ ପୃଷ୍ଟି କୃତଜ୍ଞତା ଜ୍ଞାପନ କରିଥିଲେ| କାର୍ଯ୍ୟକ୍ରମ ପରିଚାଳନାରେ କୋଚିଂ ସେଣ୍ଟରର ଅଧ୍ୟାପକ କାର୍ତ୍ତିକ ସାହୁ, ରତିରଞ୍ଜନ ସାହୁ, ଲଲାଟେନ୍ଦୁ ମହାପାତ୍ର, ବିରଜା ପ୍ରସନ୍ନ ନାୟକ, ସୁନୀଲ କୁମାର ସାହୁ, ପ୍ରିୟ ରଞ୍ଜନ ପରିଡା, ରବୀନ୍ଦ୍ର କୁମାର ସାହୁ ଏବଂ ଅଧ୍ୟାପିକା ପ୍ରତିଭା ସାହୁ, ଡ଼ ଶ୍ରଦ୍ଧାଞ୍ଜଳି ସାମଲ, ଵିମଳିନୀ କରଙ୍କ ସହ ଆକାଶ ସାହୁ ଓ ମନୋଜ ଗୋଛାୟତ ପ୍ରମୁଖ ସହଯୋଗ କରିଥିଲେ| ଶୁଭ୍ରଜ୍ୟୋତି କୁଅଁର ଧନ୍ୟବାଦ ଅର୍ପଣ କରି କରିଥିଲେ|
ନ୍ୟୁକ୍ଲିୟସ କୋଚିଂ ସେଣ୍ଟରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
|
May 26, 2026 |



