ଅବକାରୀ ବିଭାଗର ଅତର୍କିତ ଚଢାଉ ,୮୦ ଲିଟର ଦେଶୀ ମହୁଲି ମଦ ସହ ୧୫୦ କେଜି ମହୁଲ ପୋଚ ଜବତ

Spread the love

ସୁନ୍ଦରଗଡ ତା :୨୦/୫/୨୦୨୬ (ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସବଡେଗା ଅବକାରୀ ଥାନା ଡି. ଆଇ. ସି ସୁଶିଲ କୁମାର ମିର୍ଦ୍ଧା ଓ ତାଙ୍କ ସହକର୍ମଚାରି ଗାୟତ୍ରୀ ସା, ରଜନୀକାନ୍ତ ବେହେରା ତଳସରା ଥାନା ଅନ୍ତର୍ଗତ ତଳସରା, ସବଡେଗା ଓ ବାବୁଡିହି ଅତର୍କିତ ଚଢାଉ କରି ଦେଶୀ ମଦ ସହ ଅଞ୍ଚଳର ତିନିଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନେ ହେଲେ ଉର୍ମିଳା ଲାକଡା (୫୨ ବର୍ଷ) ସବଡେଗା ରୁ ୧୦ ଲିଟର ଦେଶୀ ମଦ ସହ ଜବତ ହୋଇଥିବା ବେଳେ ବାବୁଡ଼ିହି ରୁ ମୀନା କୁଜୁର(୩୨ବର୍ଷ) ୬୦ ଲିଟର ଦେଶୀମଦ ସହ ୧୫୦କେଜି ମହୁଲ ପୋଚ ଓ ତଳସରା ରୁ ୧୦ ଲିଟର ଦେଶୀ ମଦ ସହ ମଞ୍ଜୁଲତା ଡୁଙ୍ଗଡୁଙ୍ଗଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରିଥିବା ସୂଚନା ରହିଛି । ଏହି ତିନିଜଣ ଅଭିଯୁକ୍ତ ଙ୍କ ନାମରେ କେଶ ରୁଜୁହୋଇ କୋର୍ଟ ଚାଲାଣ କରାଯିବାର ବିଭାଗୀୟ କତୃପକ୍ଷ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment