ସୁନ୍ଦରଗଡ଼ ତା:୧୦-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଅଖିଳ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମପ୍ରାନ୍ତ ର ଗତିବିଧି ବିକାଶର୍ଥେ ବିଦ୍ୟାର୍ଥୀ ତରଫରୁ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଠାରେ “ଗ୍ରାମ୍ୟ ଜୀବନ ଦର୍ଶନ “କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସୁନ୍ଦରଗଡ଼ ଜିଲ୍ଲା ସଂଘ ଚାଲକ ମାନନୀୟ କୈଳାସ ଭିତ୍ରିଆ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ମାନ ନିକୁଞ୍ଜ ବିହାରୀ ପଣ୍ଡା ସାମ୍ମନ୍ୱିତ ଅତିଥି ଭାବେ ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ କୁଳମଣି ସାହୁ ଏ.ବି.ଭି. ପି ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସଭାପତି ଡ. ସଂଜୀବ ନାଏକ, ସୁରଥ କୁମାର ବେହେରା ଓ ଜିଲ୍ଲା ସଂଯୋଜକ ସୁଶ୍ରୀ ଚୁମକି ନାଏକ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମଟି ୮ମଇ ୨୦୨୬ ରୁ ଆରମ୍ଭ ହୋଇ ୧୨ମଇ ୨୦୨୬ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ରେ ୧୦ଟି ଜିଲ୍ଲା ରୁ ପ୍ରତିନିଧି ଯୋଗଦାନ କରିଛନ୍ତି l କାର୍ଯ୍ୟକ୍ରମ ର ପ୍ରମୁଖ ଉଦେଶ୍ୟ ଭାରତର ଆତ୍ମା କୁହାଯାଉଥିବା ଗାଁ ମାନଙ୍କ ରେ ପ୍ରତିନିଧି ମାନେ ଭ୍ରମଣ କରି ଗାଁ ର କଳା ସଂକୃତି ପରମ୍ପରା ବିଷୟରେ ଶିଖିବେ l ଯାହା କି ସେମାନଙ୍କୁ ଆଗାମୀ ଜୀବନରେ ନିଜ ରୁଟ ସହିତ ଯୋଡି ରହିବା ପାଇଁ ପ୍ରେରଣା ଦେବ l ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ପ୍ରଫୁଲ୍ଲ ଧୂରୁଆ, ଚୁମନ ମଣି ପଟେଲ, କିଶୋର ରାଉତ, ଅଜୟ ପଟେଲ, ବୁଧୁରାମ ଓରାମ, ଗଙ୍ଗାଧର ହିତା, ବପୁନ ପଶାୟତ, ଜୀବନ ଜ୍ୟୋତି ରାଉତ ଆଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭା ବର୍ଦ୍ଧନ କରିଥିଲେ l
ଗ୍ରାମ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ
|
May 9, 2026 |



