ସମାଜରୁ ବାସନ୍ଦ ହେବା ଭୟ: ପୁଣି ଶୁଦ୍ଧି ହେବେ କଙ୍କାଳକୁ ବ୍ୟାଙ୍କ ନେଇଥିବା ଜିତୁ

Spread the love

କେନ୍ଦୁଝର/ପାଟଣା:/୩/୫/(ସନ୍ଧାନ ନ୍ୟୁଜ )କେତେବେଳେ ପେଟର ଭୋକ ତ କେତେବେଳେ ସମାଜର କଟକଣା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା ପୁଣିଥରେ ଚର୍ଚ୍ଚାରେ। କିଛି ଦିନ ତଳେ ବ୍ୟାଙ୍କରୁ ଟଙ୍କା ପାଇବା ଆଶାରେ ନିଜ ମୃତ ଭଉଣୀର କଙ୍କାଳକୁ ଖୋଳି ବାହାର କରି ବ୍ୟାଙ୍କକୁ ବୋହି ନେଇଥିବା ଜିତୁଙ୍କୁ ଏବେ ସମାଜର “ବାସନ୍ଦ” ନିୟମ ଘେରି ରହିଛି।

ଅଦ୍ଭୁତ ପରମ୍ପରା: ଜିତୁଙ୍କ ପୂର୍ବ କାର୍ଯ୍ୟକଳାପ ଯୋଗୁଁ ସମ୍ପ୍ରଦାୟ ତାଙ୍କୁ ଓ ତାଙ୍କ ପରିବାରକୁ ଅଶୁଦ୍ଧ ବୋଲି ଘୋଷଣା କରିଛି। ସମାଜରେ ପୁଣି ମିଶିବାକୁ ହେଲେ ଜିତୁଙ୍କୁ ଏକ ବଡ଼ ଧରଣର ଶୁଦ୍ଧିକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

​ଆୟୋଜନ ଓ ଭୋଜି: ଆସନ୍ତା ରବିବାର ଦିନ ଏହି ଶୁଦ୍ଧି ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୦୦ରୁ ଅଧିକ ଲୋକ ସାମିଲ ହେବାର ଅଛି। ପରମ୍ପରା ମୁତାବକ ହାଣ୍ଡିଆ, କୁକୁଡ଼ା ମାଂସ ଏବଂ ଡାଲମା-ଭାତର ବ୍ୟବସ୍ଥା ପାଇଁ ଗରିବ ଜିତୁଙ୍କ ଉପରେ ଚାପ ପଡ଼ିଛି।

​ମାନସିକ ଚାପ: ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇଯିବା ଭୟରେ ଜିତୁଙ୍କ ପରିବାର ଏବେ ଅତ୍ୟନ୍ତ ଚିନ୍ତିତ ଏବଂ ପ୍ରସ୍ତୁତିରେ ବ୍ୟସ୍ତ।

​ “ଯେଉଁ ଲୋକଟି ଟଙ୍କା ପାଇଁ ଶବକୁ ଧରି ବ୍ୟାଙ୍କକୁ ଦୌଡ଼ିଥିଲା, ଆଜି ସେଇ ଲୋକଟି ସମାଜର କଟକଣା ପାଇଁ ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଦେବାକୁ ବାଧ୍ୟ ହେଉଛି। ଏହା କେବଳ ଏକ ଖବର ନୁହେଁ, ବରଂ ଆମ ସମାଜର ଜଟିଳ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର।”

Related Posts

About The Author

Add Comment