ବିରୂପା ନଦୀରେ ବୁଡ଼ି ନାବାଳକର ମୃତ୍ୟୁ

Spread the love

ମାହାଙ୍ଗା ୨୫/୪(ସନ୍ଧାନ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତର ଗୁଣୁପୁରଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଶନି ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ବିରୂପା ନଦୀରେ ବୁଡ଼ି ଜଣେ ନାବାଳକଙ୍କର ପ୍ରାଣହାନି ଘଟିଛି।ମୃତକଙ୍କ ପରିଚୟ: ପଦ୍ମଲୋଚନ ଜେନା, ପିତା- ବିଜୟ ଜେନା।ଗ୍ରାମ: କାଳୀଅଣ୍ଟୀ, ରାହାଣିଆ ପଞ୍ଚାୟତ।ସ୍ଥାନ: ଗୁଣୁପୁର ସ୍ଥିତ ବିରୂପା ନଦୀ।

ସୂଚନା ଅନୁଯାୟୀ, ପଦ୍ମଲୋଚନ ଗୁଣୁପୁରରେ ଅନୁଷ୍ଠିତ ହେଉଥିବା ଶନି ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ କୌଣସି କାରଣବଶତଃ ସେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଓ ପୋଲିସ ମିଶି ତାଙ୍କୁ ଉଦ୍ଧାର କରି ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି।

Related Posts

About The Author

Add Comment