ସୁନ୍ଦରଗଡ ତା:୨୪/୪/୨୦୨୬( ସନ୍ଧାନ ନ୍ୟୁଜ) ସବଡେଗା ବ୍ଲକ ର “ଖ” ଜୋନର ଯମୁନା ,ଜାଇସର୍, କୁକ୍ରିଡ଼ିହି,କୁଲବା ଓ ରାଜପୁର ଗ୍ରାମପଞ୍ଚାୟତର କଂଗ୍ରେସ କର୍ମୀଙ୍କୁ ନେଇ କର୍ଲାଘାଟି ଠାରେ ଏକ ସାଂଗଠାନିକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ବ୍ଲକ ସଭାପତି ଶୁଭେନ୍ଦୁ କୁମାର ନାଏକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ କୁମାର ନାଏକ,ଉପସଭାପତି ପର୍ଶୁରାମ ସରାଙ୍ଗ,ଜିଲ୍ଲା କଂଗ୍ରେସର ସେକ୍ରେଟାରୀ ରାଜେନ୍ଦ୍ର ପଟେଲ, ପ୍ରଦେଶ ମହିଳା କଂଗ୍ରେସର ଆଦିବାସୀ ସେଲର ଜେନେରାଲ ସେକ୍ରେଟାରୀ ଗେରୋଟି ଖେସ, ଗତ ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ଭିତ୍ରୀୟା ପ୍ରମୁଖ ଦଳ କିଭଳି ଭାବରେ ସୁଦୃଢ଼ ହୋଇପାରିବ ଓ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ସରପଞ୍ଚ,ସମିତି ସହିତ ଜିଲ୍ଲା ପରିଷଦ ପଦ ଦଖଲ କରିବ ସେ ଦିଗରେ ଆଲୋକପାତ କରାଯାଇଥିଲା । ବିଗତ ସମୟରେ କଂଗ୍ରେସ ସରକାର ଥିବାବେଳେ କିପରି ଭାବରେ ନିରୀହ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ରହିଥିଲା ଓ ତାହା ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି କାର୍ଯ୍ୟକାରୀ କରାଯାଉଥିଲା ସେ ଦିଗରେ ଲୋକଙ୍କୁ ପୁଣି ସଚେତନ କରିବେ । ଏହି ସାଂଗଠାନିକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ ବାରିକ, ଶଙ୍କର ମହାନନ୍ଦିଆ,ଗଜେନ୍ଦ୍ର କୁସୁମ, ଛବିଲ ଗରଡ଼ିଆ,ତପନ କୁମାର ନାଏକ, ଯାଯୁ ଫ୍ରାନସିଶ କୁଲୁ,ପ୍ରମୋଦ ମାଝୀ,ପ୍ରବୀଣ କୁଲୁ,ଗୋବର୍ଦ୍ଧନ ପ୍ରଧାନ, ଡୁଖୁନା ଓରାମ,ବିଶମ୍ବର୍ ମହାନନ୍ଦିଆ,ଦୁର୍ଗା ଲାକରା,ଅଜିତ କୁଲୁ,ଜିବଧନ ବୁଡ଼ା,ଯାଦବ ନେଗି,ଯୁନାଶ ସରେଙ୍ଗ ପ୍ରମୁଖ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ । ଏହି ସାଂଗଠାନିକ କାର୍ଯ୍ୟକ୍ରମ ଆଲୋଚନା ରେ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡ଼ି ଦଳ ଛାଡି ଅନେକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଶେଷରେ ଅଶୋକ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ସବଡେଗା ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ ଅନୁଷ୍ଠିତ
|
April 24, 2026 |



