ଭଦ୍ରକ ୧୭/୯/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲାର ବାସୁଦେବପୁର ବ୍ଳକ ଅନ୍ତର୍ଗତ ଏଡ ତାଳ ପଞ୍ଚାୟତ ରେ ଦୋଳଗୋବିନ୍ଦ ମହାପାତ୍ର ଓ ତାଙ୍କ ପତ୍ନୀ ଶ୍ରୀମତୀ ହେମଲତା ମହାପାତ୍ର ୧୯୭୪ ମସିହା ରେ ଏହି ଗଣେଶ ପୂଜା ଆରମ୍ଭ କରି ଥିଲେ। ସେମାନଙ୍କ ମୃତ୍ୟୁ ପରେ ତାଙ୍କର ତିନି ପୁଅ ଏହି ପୁଜା କରୁଛନ୍ତି। ପଦାର ବିନ୍ଦ ମହାପାତ୍ର, ସୁବାଷ ଚନ୍ଦ୍ର ମହାପାତ୍ର, ନିର୍ମଳ ଚନ୍ଦ୍ର ମହାପାତ୍ର ଏହି ପୂଜା ର ଦାୟିତ୍ଵ ତୁଲାଉଛନ୍ତି। ଏହି ପୂଜା ପାଇଁ ପ୍ରାୟ ଦଶ କିଲୋ ଗୁଆ ଘିଅ ଯଜ୍ଞ ରେ ଖର୍ଚ୍ଚ କରାଯାଏ। ପାଞ୍ଚ ଜଣ ବ୍ରାହ୍ମଣ ତିନି ଦିନ ଧରି ମହା ବିନାୟକ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଆଖ ପାଖ ଅଞ୍ଚଳରୁ ଲୋକମାନେ ଅଧିକ ସଂଖ୍ୟା ରେ ଆସି ଗଣେଶ ପୂଜା କୁ ଦେଖନ୍ତି। ସୁବାଷ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଶ୍ରୀମତୀ ସ୍ନେହଲତା ମହାପାତ୍ର ପ୍ରତି ବର୍ଷ ଭୁବନେଶ୍ୱର ରୁ ଆସି ଏହି ପୂଜା କୁ ସଂଚଳିତ କରନ୍ତି। ଆଖ ପାଖ ଅଞ୍ଚଳରେ ଗୋଟିଏ କଥା ଏହି ଗଣେଶ ପୂଜା ଯିଏ କରିବ ତାହାର ଭବିଷ୍ୟତ ଉଜ୍ଜଳ ହେବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।
ଭଦ୍ରକ ଜିଲ୍ଲା ର ଏଡ ତାଳ ର ଷାଠିଏ ବର୍ଷ ର ଗଣେଶ ପୂଜା ସମ୍ପନ୍ନ
|
September 17, 2026 |



