ବାଲିସଙ୍କରା ବ୍ଲକ ପ୍ରତ୍ୟେକ ହନୁମାନ ମନ୍ଦିରରେ ମହା ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ପାଳିତ ସହିତ ଆମ୍ବେଦକର ଜୟନ୍ତୀ ପାଳିତ

Spread the love

ସୁନ୍ଦରଗଡ ତା:୧୪/୪/୨୦୨୬( ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡ଼ିଆ)  ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ  ସ୍ଥିତ  ପ୍ରତ୍ୟେକ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।  ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ, ନବବର୍ଷ  ଓ ଆମ୍ବେଦକର ଜୟନ୍ତୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ,  ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ  ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ବାଲିସଙ୍କରା ବ୍ଲକ ର ସମସ୍ତ ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ବାଲିଶଙ୍କରା ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ର କୋଣ ଅନୁକୋଣ ରେ ରାମ ଭକ୍ତ ହନୁମାନ ଙ୍କ ଜୟନ୍ତୀ ପାଳନ କରାଯାଉ ଥିବା ଦେଖିବାକୁ ମିଳୁଛି ।

Related Posts

About The Author

Add Comment