ଅବସର ପ୍ରାପ୍ତ କର୍ମଚାରୀ ସଂଘ, ପାଳିଆ ବିନ୍ଧା, ଭଦ୍ରକ ତରଫ ରୁ ଜଳ ଛତ୍ର ଶିବିର

Spread the love

ତିହିଡ଼ି  ୧୪/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା କର୍ମଚାରୀ ସଂଘ ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ଜଳ ଛତ୍ର ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥଲେ ସଂଘ ର ସଭାପତି ରଘୁନାଥ ପଶୁପାଳକ। ସଂଘ ର ସମ୍ପାଦକ ଅକ୍ଷୟ କୁମାର ବିଶ୍ଵାଳ କାର୍ଯ୍ୟ କ୍ରମ କୁ ସଞ୍ଚାଳନ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘ ରକର୍ମକର୍ତ୍ତା ଯଥା ଧନେଶ୍ଵର ବିଶ୍ୱାଳ, ଖଗେଶ୍ବର ବଳ, ସୁବାସ ପାତ୍ର, ପ୍ରଦୀପ ନାୟକ, ମଦନ ମୁଦୁଲି, ପାପା ଦାସ, କାଳନ୍ଦୀ ସାମଲ ଙ୍କ ଭଳି ବହୁ କାର୍ଯ୍ୟ କର୍ତ୍ତା ଯୋଗ ଦେଇ ମହାନ ଜଳ ଦାନ କାର୍ଯ୍ୟ କୁ ସଫଳ କରିଥଲେ। ଗ୍ରୀଷ୍ମ ଋତୁ ରେ ଜଳ ଦାନ କଲେ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ସଂଘ ର ସଭାପତି ପ୍ରକାଶ କରି ଥିଲେ। ହିନ୍ଦୁ ନବ ବର୍ଷ ପାଇଁ ସମସ୍ତ ପଞ୍ଚାୟତ ବାସୀ ଙ୍କୁ ସମ୍ପାଦକ ଅଭିନନ୍ଦନ ଜଣାଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment