ବୀରମହାରାଜପୁର : ୧୧/୪/୨୬ (ସନ୍ଧାନ ନ୍ୟୁଜ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମିତ୍ରି ସାହୁ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଥିଲେ । ଜୀବନରେ ଯୋଗର ଆବଶ୍ୟକତା ତଥା ଶିକ୍ଷା ଓ ସମାଜରେ ଯୋଗର ବିଶେଷ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅନ୍ୟତମ ଶିକ୍ଷକ କେଶବ ନାୟକ ଯୋଗ ଅବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଶିବିରରେ ଯୋଗ ଶିକ୍ଷକ ଦିନେଶ ବିଶ୍ଵାଲ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସୂକ୍ଷ୍ମ ବ୍ୟାୟାମ, ଆସନ ତଥା ପ୍ରାଣାୟମ ର ଅଭ୍ୟାସ କରେଇ ଥିଲେ । ଶେଷରେ ଶିକ୍ଷକ ସହଦେବ ମେହେର ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଦେବା ସହ ସବୁ ଦିନ ଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ
- ଉଜ୍ଜଳା ହିତାଧିକାରୀଙ୍କ ପାଇଁ ବଡ ଝଟକା,ସବସିଡି ସିଲିଣ୍ଡର ୯ ରୁ ୪ କୁ ଖସିଲା
- ସବଡେଗା ଅବକାରୀ ବିଭାଗ ତରଫରୁ ଚଢ଼ାଉ, ୫୬ଲିଟର ଦେଶୀ ମହୁଲି ମଦ ଜବତ, ଅଭିଯୁକ୍ତ ଙ୍କୁ କୋଟ ଚଲାଣ l
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବିଶ୍ବ ପରିବେଶ ଦିବସ ପାଳିତ
- ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ଜିଲ୍ଲାରେ ଅର୍ଦ୍ଧେକରୁ ଅଧିକ ମତଦାତାଙ୍କୁ ଏସଆଇଆର୍ ଫର୍ମ ବଣ୍ଟନ ଶେଷ
- ଯାଜପୁର ଜିଲ୍ଲା କାଳବୈଶାଖୀରେ ବିଭିନ୍ନ ଜାଗାରେ କ୍ଷତି ଘଟିଛି
- ଔଷଧ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ ଥାନାରେ ମାମଲା
- ୨୦୦୬ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ



