ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ଅବସରରେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ବାର୍ଷିକ ରକ୍ତଦାନ ଶିବିର: ୩୩ ୟୁନିଟ ରକ୍ତ ସଂଗ୍ରହ

Spread the love

ରାଜ୍ୟ ବ୍ୟାପି ଓଡିଆ ପକ୍ଷ ପାଳନ କରୁଥିବା ଅବସରରେ ମହାପୁରୂଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପିକା ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ବାର୍ଷିକ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଯାଇଛି। ମହାବିଦ୍ୟାଳୟର ଏନସିସି, ୱାଇଆରସି, ଏନ୍ଏସଏସ, ରେଂଜର ଓ ରୋଭର୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଟକ ସଦରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେବା ସହ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିଲେ। କାର୍ଯ୍ଯକ୍ରମକୁ ଲେପ୍ଟନାଣ୍ଟ ସୁଶାନ୍ତ କୁମାର ସାହୁ ଏବଂ ବିବେକାନନ୍ଦ ଜେନା ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ପ୍ରଧ୍ୟାପକ ବିପିନ ବିହାରୀ ଦାସ, ଅଧ୍ୟାପକ ବିକାଶ ରଂଜନ ବେହେରା, ଡ ଚିତ୍ତରଞ୍ଜନ ଜେନା, ଅଧ୍ୟାପିକ ସୁଚିସ୍ମିତା ରଣା ତଥା ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତ ଦାନ ରେ ଅଂଗ୍ରହଣ କରିଥିଲେ। ଭାରତୀୟ ରେଡକ୍ରସ ତରଫରୁ ରକ୍ତ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏହି ମହୋତ୍ସବରେ ମହାବିଦ୍ୟାଳୟ ତରଫରୁ ୩୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ପରିଶେଷରେ ଅଧ୍ୟାପକ ଡ ବିନୟ କୁମାର ଦାସ ଧନ୍ୟବାଦ୍ ଜଣାଇଥିଲେ।

Related Posts

About The Author

Add Comment