ଡର୍ଗସ୍ ର ହବ ପାଲଟି ଲାଣି ଭଦ୍ରକ ଜିଲ୍ଲା।

Spread the love

ମାଦକ ଦ୍ରବ୍ୟ ର ଚୋରା କାରବାର ଭଦ୍ରକ ଜିଲ୍ଲା କୁ କଳଙ୍କିତ କରି ସାରିଲାଣି। ସହର ବଜାର ଠାରୁ ଗ୍ରାମାଞ୍ଚଳ ସବୁଠି ନିଶା ଦ୍ରବ୍ୟ ର କାରବାର ଦୃତ ଗତିରେ ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟ ମାନେ ନିଶା ଦ୍ରବ୍ୟ ର କାରବାର ରୋକିବାରେ ସଫଳ ହେଉଥିବା ବେଳେ ଓଡିଶା ଏହାକୁ ରୋକିବାରେ ବିଫଳ କାହିଁକି। ବର୍ତ୍ତମାନ ଯୁବ ସମାଜ ଏହି ନିଶା ଦ୍ରବ୍ୟ ସେବନ କରି ନଷ୍ଟ ହେବାର ଆଶଙ୍କା ଥିବାରୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ବିଶ୍ଵସ୍ତ ସୂତ୍ର ରୁ ପ୍ରକାଶ ଯେ ବନ୍ତ, ବାସନ୍ତିଆ ,ଧାମନଗର, ତିହିଡ଼ି, ବାସୁଦେବପୁର ବ୍ଳକ ରେ ମାଦକ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ବ୍ଲକ ର ପୋଲିସ ଅଧିକାରୀ ମାନେ ନିଷ୍ଠାପର ଉଦ୍ୟମ ଜାରି ରଖି ମାଦକ ଦ୍ରବ୍ୟ ର ଚୋରା କାରବାର ଉପରେ ଅଙ୍କୁଶ ଲଗାଇଲେ ମାନବୀୟ ସମାଜ ନଷ୍ଟ ହେବା ରୁ ବଞ୍ଚି ଯାଆନ୍ତା । ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜ ସନ୍ଧାନ।

Related Posts

About The Author

Add Comment