ଖରସ୍ରୋତା ନଦୀରୁ କୁମ୍ଭୀର ଟାଣିନେଲା ଶ୍ରମିକକୁ

Spread the love

ଯାଜପୁର ସଦର, ୩/୪/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଟିକରପଡା ପଞ୍ଚାୟତର କୁଜିବ ଗାଁ ନିକଟରେ ପ୍ରଧାନ ସାହିର ଘଟଣାରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଅପରାହ୍ଣ ସାଢ଼େ ୩ଟା ସମୟରେ ଏହି ଆଦିବାସି ଶ୍ରମିକ ଜଣକ ଖରସ୍ରୋତା ନଦୀକୁ ଗୁରୁଚରଣ ଦେହୁରୀ ଗାଧୋଇବାକୁ ଯାଇଥିବା ବେଳେ ଅକସ୍ମାତ ଏକ କୁମ୍ଭୀର ଗୁରୁ ଚରଣ କୁ ଆକ୍ରମଣ କରିଥିଲା । ଯାହା ଫଳରେ କୁମ୍ଭୀର ଏହି ବ୍ୟକ୍ତିକୁ ନଦୀ ମଧ୍ୟକୁ ଟାଣି ଟାଣି ନେଉଥିବା ବେଳେ, କୌଶଳ କ୍ରମେ ଶ୍ରମିକ ଜଣକ କୂଳକୁ ଆସିଥିବାରୁ କୁମ୍ଭୀର କାମୁଡାରେ ସେ ଗୁରୁତର ଆହତ ହୋଇଥିଲେ । ଆହତ ଗୁରୁତର ଗୁରୁଚରଣ ଚିକିତ୍ସା ପାଇଁ ଯାଜପୁର ରୋଡ କ୍ଷେତ୍ରୀୟ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପୂର୍ବତନ ସରପଞ୍ଚ ଅତୁଲ୍ୟ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଖବର ନେବାରୁ ଜଣାଯାଇଛି ଯେ ଚିନା ବାଦାମ କାମକରିବାକୁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଆସିଥିଲେ କୁଜିବର ଗ୍ରାମକୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଗ୍ରାମର କେତେକ ଶ୍ରମିକ ଆଠରୁ ଦଶ ଦିନ ହେଲା ବାଦାମ ଓପାଡ଼ିବାକୁ ଆସିଥିବା ବେଳେ ଅପରାହ୍ଣ ରେ ଗୁରୁଚରଣ କାମସାରି ନଦୀକୁ ଗାଧୋଇ ବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ ଖର ସ୍ରୋତା ନଦୀରେ କୁମ୍ଭୀର ଥିବାରୁ ଗ୍ରାମବାସୀ ମାନେ ଭୟରେ ଅଛନ୍ତି ।

Related Posts

About The Author

Add Comment