ଯାଜପୁର ସଦର, : ୩୧/୩/୨୬ (ସନ୍ଧାନ ନ୍ୟୁଜ ) ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଶନିବାର ଭୋର୍ ସମୟରେ ପଳାଇଥିବା ଆସାମୀ ଆସିସ୍ ବେହେରା ତାଙ୍କ ବାପା ଅଶୋକ ବେହେରାକୁ ବ୍ରହ୍ମବରଦା ପୋଲିସ୍ ୧୨ ଘଣ୍ଟା ମଧ୍ୟରେ ଧରିବାରେ ସକ୍ଷମ ହୋଇଛି । ଯାହାକି ଆସିସ୍ ବେହେରାଙ୍କ ନାମରେ ୫ଟି ଚେ।ରି କେସ୍ ହୋଇଥିବା ଜଣାଯାଇଛି । ଏବଂ ଏହି ଚୋରି ସାମଗ୍ରୀକୁ ରଖିବା ଅଭିଯୋଗରେ ଚାନ୍ଦ ମୋହିନୀ ଗ୍ରାମର ଜୟଦେବ ଦାସ ଏବଂ କୁଣ୍ଡ ପାଟଣା ଗ୍ରାମର ପବନ ସାହୁଙ୍କ ପୁଅ ରଶ୍ମିରଞ୍ଜନ ସାହୁକୁ ପୋଲିସ ଉଠାଇ ନେବା ଜଣାଯାଇଛି । ଆସାମି ମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଥିବା ବେଳେ ଏଠାରେ ସୂଚନା ଯୋଗ୍ୟ ଯେ ଚମ୍ପଟ ମାରିଥିବା ଆସିସ୍ ବେହେରା ଥାନାରେ କର୍ମଚାରୀ ସୋଇଥିବା ବେଳେ ହାଜତରୁ ଛୁ ମାରିଥିଲା । ଜବତ ହୋଇଥିବା ନିଜ ମୋବାଇଲ ସାଙ୍ଗରେ ନେଇ ଯାଇଥିଲା । ଏବଂ ବ୍ରହ୍ମବରଦା ଗ୍ରାମର ରାଜିବ ବେହେରା ବାଇକ୍ ତାଲା ଭାଙ୍ଗି ନେଇଯାଇଥିବା ସମୟରେ ସାମନ୍ତରା ପୁର ବନ୍ଧରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।ଆସିସ୍ କୁ ସ୍ଥାନୀୟ ଲୋକେ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଆସିସ୍ ର ବାପା ଅଶୋକ ପୁଅ ଆସିସ୍ କଟକ ନେବ କହି ଅଟେ। ରେ ନେଇ ଫେରାର ହୋଇଥିଲା । ଅଶୋକ ବେହେରା ତାଙ୍କ ପୁଅ ଆସିସ୍ ବେହେରା କଟକ ନଯାଇ ସେହି ଗ୍ରାମ କାଜୁ ଜଙ୍ଗଲ ଭିତରକୁ ଯାଇ ଲୁଣି ରହିଥିଲେ । ଏନେଇ ଯାଜପୁର ଏସ୍ପି କାର୍ଯ୍ୟରେ ଅବହେଳା କରିଥିବା ଏସ୍ ଆଇ ଅଚ୍ୟୁତା ନନ୍ଦ ଦାଶ ଏବଂ ଦୁଇ କନେଷ୍ଟ ବଳଙ୍କୁ ନିଲମ୍ବିତ କରିଥିଲେ ।
କାଜୁ ବଗିଚାରୁ ହାଜତରୁ ଚମ୍ପଟ ମାରିଥିବା ଆସାମୀ ଗିରଫ
|
March 31, 2026 |



