ମୁହାଁ ମୁହିଁ ବାଇକ ଧକ୍କାରେ ୨ ଜଣ ଗୁରୁତର ଆହତ

Spread the love

ଯାଜପୁର ସଦର, ୨୨/୩/୨୬ (ସନ୍ଧାନ ନ୍ୟୁଜ )  :ଯାଜପୁର  ଶନିବାର ସନ୍ଧ୍ୟା ସମୟରେ ମଙ୍ଗଳପୁର ଥାନା ଅଧିନ ଦୁବକଣ ହାଇସ୍କୁଲ ଛକ ନିକଟରେ ୨ ଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ୨ ଜଣ ଗୁରୁତର ହୋଇଥିଲେ | ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମଙ୍ଗଳପୁର ପୋଲିସକୁ ଖବର ଦେଇଥିବା ବେଳେ ଖବର ପାଇ ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଆହତଙ୍କୁ ପୋଲିସ ମଙ୍ଗଳପୁର ମେଡିକାଲକୁ ନେଇ ଚିକିତ୍ସା କରିବା ସହ ବାଇକ ୨ ଟିକୁ ଜବଦ କରି ଥାନାକୁ ନେଇଥିବା ଜଣା ପଡିଛି | ଆହତଙ୍କ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି | ଆହତଙ୍କ ମଧ୍ୟରୁ ଜଣକ ଘର ମଲ୍ଲିପୁର ଗ୍ରାମର ଲୁଲନ ମଲ୍ଲିକ (୪0) ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ଘର ବୈଶପାନ ଅଞ୍ଚଳର ସୁଧୀର ଜେନା (୩୨ ) ବର୍ଷ ବୋଲି ଜଣା ପଡିଛି |

Related Posts

About The Author

Add Comment