ସବଡେଗାରେ ଭକ୍ତିମୟ ପରିବେଶ, ଗାଁ କମିଟି ପକ୍ଷରୁ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୭/୩/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ସୁନ୍ଦରଗଡ଼ ଜିଲ୍ଲା ସବଡେଗା  ଗାଁ କମିଟି ପକ୍ଷରୁ ଆୟୋଜିତ ହୋଇଯାଇଛି ଅଷ୍ଟପ୍ରହର ନାମଯଜ୍ଞ। ହରିନାମ ସଂକୀର୍ତ୍ତନରେ ଏବେ ସାରା ଅଞ୍ଚଳ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁଙ୍କ ଗହଳି ଓ “ହରେ କୃଷ୍ଣ ହରେ ରାମ” ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି। ପ୍ରଥମେ ଜଳଯାତ୍ରା ଓ କଳସ ସ୍ଥାପନ ପରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ନାମଯଜ୍ଞରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅହୋରାତ୍ର ନାମ ପରିବେଷଣ କରୁଛନ୍ତି। ଗ୍ରାମର ଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରି ଗାଁ କମିଟି ପକ୍ଷରୁ ଏହି ଆୟୋଜନ କରାଯାଇଛି।  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଁ କମିଟିର ସମସ୍ତ ସଦସ୍ୟ ଓ ସବଡେଗାବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଏ । ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଛି।ଅଷ୍ଟପ୍ରହର ନାମଯଜ୍ଞକୁ ନେଇ ସବଡେଗା ବ୍ଲକରେ ଏକ ଆଧ୍ୟାତ୍ମିକ ଜାଗରଣ ଦେଖିବାକୁ ମିଳିଛି। ଶହ ଶହ ଭକ୍ତ ଏହି ମହାନାମ ଯଜ୍ଞରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

Related Posts

About The Author

Add Comment