ଯୋଡ଼ା/ବଡ଼ବିଲ ୨୪/୨/୨୬ (ସନ୍ଧାନ ନ୍ୟୁଜ) କେନ୍ଦୁଝର ଜିଲ୍ଲା ଯୋଡା ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନର ପ୍ରମୁଖ କାର୍ଯ୍ୟକ୍ରମ ‘ଦୃଷ୍ଟି’ ଅଧୀନରେ ଏବଂ କେନ୍ଦୁଝର ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ସହଯୋଗରେ ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନ୍ସା ମାଇନ୍ସ ଓ କାଶିଆ ମାଇନ୍ସ ଅଞ୍ଚଳରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ପେଲେଟ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଦେଓଝର ଗ୍ରାମ ପଞ୍ଚାୟତରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରକୁ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି, ଗ୍ରାମର ବହୁ ବିଶିଷ୍ଟ ଲୋକ ଓ ସିଏସଆର ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ୨୧୪ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ। ଟେନସାରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ୧୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ସରକାରୀ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ଟେନସା ମାଇନ୍ସର ଅଧିକାରୀ ଉପସ୍ଥିତ ଥିଲେ। କାଶିଆ ମାଇନ୍ସରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରକୁ ଜିନ୍ଦଲ ଷ୍ଟିଲର ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ଉଦଘାଟନ କରିଥିଲେ। ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧି, ବଡ଼ବିଲ ଓ ବାସୁଦେବପୁର ଗୋଷ୍ଠୀ ଚକିତ୍ସା କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ସମେତ ଗ୍ରାମବାସୀ, କାଶିଆ ମାଇନ୍ସର ଅଧିକାରୀ, ସିଏସଆର ଅଧିକାରୀ ଓ ସ୍ୱାସ୍ଥ୍ୟ ସଂଗିନୀ ଉପସ୍ଥିତ ଥିଲେ। ଏଥିରେ ମୋଟ ୩୪୦ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୨୪୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲେ। ପାରିପାର୍ଶ୍ୱିକ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ଓ ସୁରକ୍ଷା ପାଇଁ ଜିନ୍ଦଲ ଫାଉଣ୍ଡେସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ନିୟମିତ ଭାବେ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ ପାରିପାର୍ଶ୍ୱିକ ଅଞ୍ଚଳର ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଜିନ୍ଦଲ ଫାଉଣ୍ଡେସନର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି।
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
|
February 24, 2026 |



