ସୁନ୍ଦରଗଡ଼ ତା:୨୨/୨/୨୦୨୬(ସନ୍ଧାନ ନ୍ୟୁଜ) ଗ୍ରୀଷ୍ମ ସମୟ ଆସୁଥିବା ବେଳେ ସବଡେଗା ତହସିଲରେ ପାନୀୟ ଜଳକୁ ନେଇ ଉପୁଜିଛି ସମସ୍ୟା । ତା ସହିତ ତହସିଲ ପରିପାର୍ଶ୍ଵ ସ୍ୱଚ୍ଛତା ନ ଥିବା କାରଣରୁ ଦୁର୍ଘଟଣା ଘଟଣାର ଆଶଙ୍କା ହେଉଥିବା ସୂତ୍ରରୁ ଜଣାପଡିଛି । ସବଡେଗା ତହସିଲ ପରିସର ଗଛଲତା ଥିବାବେଳେ ଏବେ ଗ୍ରୀଷ୍ମ ସମୟରେ ପତ୍ରଝାଡା ରୁ ତାହା ଶୁଖି ପରିସରରେ ଏକ ରୀତିମତ ଆବରଣ ସୃଷ୍ଟି କରିଛି ।ତା ସହିତ ପରିସର ମଧ୍ୟରେ ଥିବା ବିଦ୍ୟୁତ ଟାଶଫର୍ମର ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ତାର ସ୍ଥାୟୀ ସମାଧାନ ନ ହେବା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିବାର ଆଶଙ୍କା ଦେଖାଦେଇଛି । ତା ସାଙ୍ଗକୁ ତହସିଲ କୁ ଆସୁଥିବା ଜନତାଙ୍କ ପାଇଁ ବସିବା ଠାରୁ ଆରମ୍ଭ କରି ପିଇବା ପାଣିର ସୁବିଧା ବର୍ଷ ବର୍ଷ ଧରି ନ ହେବା ଏକ ପ୍ରଶ୍ନ ଘେରରେ । ବିଭାଗୀୟ ଅଧିକାରୀଙ୍କ ନଜରକୁ ଆସୁଥିଲେ ମଧ୍ୟ ତାର ସୁବିଧା କରା ନ ଯିବା ଏକ ଅନ୍ୟ ଦିଗକୁ ଅଙ୍ଗିଟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ମା ‘ ମାନେ ତହସିଲରେ ବିଶ୍ରମାଗାର ସହିତ ଶୌଚାଳୟ ନ ହେବା କାରଣରୁ ଅସୁବିଧା ଭୋଗୁଥିବା ସୂତ୍ରରୁ ଜଣାପଡିଛି। ଆଗାମୀ ଦିନରେ ଏଥିପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ ତାହା ଦେଖିବାକୁ ବାକି ରହିଛି ।
ପାନୀୟଜଳ ଓ ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଘେରରେ ସବଡେଗା ତହସିଲ
|
February 22, 2026 |



