ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା; ପୋଲିସର ଛାନବିନ୍

Spread the love

ସମ୍ବଲପୁର: ୧୮/୨/୨୬  (ସନ୍ଧାନ ନ୍ୟୁଜ)    ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ବୁର୍ଲା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ମହିଳା। ମୃତ ମହିଳା ଜଣକ ବୁର୍ଲା ସ୍ଥିତ ମହତାବ ନଗର ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ତେବେ ବ୍ରିଜ୍ ଉପରୁ ମହାନଦୀକୁ ଡେଇଁବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକେ ଯେତେ ବୁଝାଇଲେ ବି ମହିଳା ଜଣଙ୍କ କାହା କଥା ଶୁଣି ନଥିଲେ। ହଠାତ୍ ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ।  ବ୍ରିଜ୍ ତଳୁ ସଂପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ପାରିବାରିକ କଳହ ଯୋଗୁଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ନେଇ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ମହିଳା ଜଣକ କ’ଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି।

Related Posts

About The Author

Add Comment