ଯାଜପୁର ସଦର,୧୩/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଆରାଧ୍ୟ ଦେବୀ ମା ଭଗବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତ ଫେବୃଆରୀ ମାସ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ନୁତନ ମନ୍ଦିରକୁ ମା ଭଗବତୀ ବିଜେ କରିବେ ବରିଷ୍ଠ ପଣ୍ଡିତ ମାନଙ୍କ ତତ୍ୱାବଧାନରେ ରିତିନିତି ଅନୁ୍ଯାଇ ପୂଜା କାର୍ଯ୍ୟ କରାଯିବା ସହିତ ଭଗବତୀପୁର ଗ୍ରାମବାସୀ ମାନଙ୍କ ତତ୍ୱାବଧାନରେ ମାଙ୍କର ମନ୍ଦିର ପ୍ରତିଷ୍ଠା ଏବଂ ଚଣ୍ଡିପାଠ ଯଜ୍ଞକୁ ଆଖି ଆଗରେ ରଖି ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଚି । ଏହି ଅବସରରେ ମାଙ୍କର ନୂତନ ମନ୍ଦିର କାରୁକାର୍ଯ୍ୟ ଶିଳ୍ପୀ ପଦ୍ମନାଥ ଜେନାଙ୍କ ତତ୍ୱାବଧାନରେ କରାଯାଉଥିବା ବେଳେ, ମନ୍ଦିର ପୂଜକ ବୃନ୍ଧାବନ ଦିକ୍ଷିତଙ୍କ ସହାୟତରେ ହେଉଥିବା ବେଳେ, ମାଙ୍କ ଭକ୍ତ ମାନଙ୍କର ସାହାଯ୍ୟ ସହଯୋଗରେ ମନ୍ଦିର କାର୍ଯ୍ୟ କରାଯାଉଚି । ସେହିପରି ଭଗବତୀପୁର ଗ୍ରାମବାସୀଙ୍କ ତତ୍ୱାବଧାନରେ ମାଙ୍କ ମନ୍ଦିର ପ୍ରତିଷ୍ଠା ଯଜ୍ଞ କାର୍ଯ୍ୟ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଚି ।
ମା ଭଗବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହେବ
|
February 13, 2026 |



