ଯୋଡ଼ାରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆର୍ବିଭାବ ମହତ୍ସବ 

Spread the love
ଯୋଡ଼ା , ୯/୨/୨୬ (ସନ୍ଧାନ ନ୍ୟୁଜ )  କେନ୍ଦୁଝର ଜିଲ୍ଲା ଯୋଡ଼ା ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ପୁଣ୍ୟ ଆବିର୍ଭାବ ମହା ମହୋତ୍ସବ ଓ ଯୋଡ଼ା ସତସଙ୍ଗ ବିହାରର ୧୯ ତମ ବାର୍ଷିକ ଶୁଭ ଉଦବୋଧନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଅମୀୟ ଆଶୀର୍ବାଦକୁ ବହନ କରି ଠାକୁରଙ୍କର ଆବିର୍ଭାବ ମହାମହୋତ୍ସବ ଓ ମନ୍ଦିରର ଉଦବୋଧନୀ ସ୍ମୃତି ମହୋତ୍ସବ ଆୟୋଜିତ ହୋଇଥିଲା। ରବିବାର ସାରା ଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ପାଳିତ ହୋଇଥିଲା । ଏହି ଅବସରରେ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ନହବତ, ଉଷାକୀର୍ତ୍ତନ, ଉଷା ବିନତି ନାମ ଜପ, ସଦଗ୍ରନ୍ଥ ପାଠ, ସ୍ବସ୍ତି ମହାଯଜ୍ଞ,ପ୍ରଣାମ ନିବେଦନ ଆୟୋଜନ ହୋଇଥିଲା । ତତପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ରଥାରୂଢ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହ ସତସଙ୍ଗ ବିହାର ନିକଟରୁ ବାହାରି ଏନଏସି ଗେଟ, ଯୋଡ଼ା ବସଷ୍ଟାଣ୍ଡ, ଯୋଡ଼ା ମାର୍କେଟ, ବନେଇକଳା ବସ୍ତି ସହ ସମଗ୍ର ଯୋଡ଼ା ନଗର ପରିକ୍ରମା କରିଥିଲେ। ନଗର କୀର୍ତ୍ତନ ସହ ନାମ ସଂକୀର୍ତ୍ତନରେ ଶହ ଶହ ଅନୁଗାମୀ ଓ ଶ୍ରଦ୍ଧାଳୁ ପୁରୁଷ ଏବଂ ମହିଳା ଭକ୍ତ ସାମିଲ ହୋଇ ଭଜନକୀର୍ତ୍ତନ କରିଥିଲେ । ସତସଙ୍ଗ ବିହାର ପରିସରରେ ପହଞ୍ଚିବା ପରେ ସତସଙ୍ଗ ବିହାର ପଡିଆ ଠାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦୁଝର ସତସଙ୍ଗ ବିହାରର ରିତିକ୍ କାଶୀନାଥ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଠାକୁରଙ୍କ ଆଦର୍ଶ ଏବଂ ତାଙ୍କର ମହନୀୟ ବାଣୀ ଉପରେ ଆଲୋକପାତ କରିଥିଲେ। ରିତିକ୍ ପ୍ରଶାନ୍ତ ସିଂହ ଯୋଗ ଦେଇ ଠାକୁରଙ୍କୁ ନିଷ୍ଠା ଓ ଭକ୍ତିର ସହିତ ସାଧନା କଲେ ଜୀବନର ଉନ୍ନତି ଘଟିବ ଏବଂ ମଣିଷ ଆଦର୍ଶ ବ୍ୟକ୍ତିତ୍ଵର ଅଧିକାରୀ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ରିତିକ ମଦନ ମୋହନ ବାରିକ ଓ ରିତିକ ନାରାୟଣ ପ୍ରସାଦ ରଥ ନିଜ ବକ୍ତବ୍ୟରେ କହିଥିଲେ ଠାକୁର ଅନୁକୂଳଚନ୍ଦ୍ରଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ତାଙ୍କର ବାଣୀ କିଭଳି ଆହୁରି ଅଧିକ ପ୍ରସାରିତ ହୋଇପାରିବ ଓ ସତସଙ୍ଗ ମାଧ୍ୟମରେ ସ୍ୱାର୍ଥ ବିହୀନ ପ୍ରେମ ସମସ୍ତଙ୍କ ମଧ୍ୟରେ ଜାଗ୍ରତ କରାଯାଇପାରିବ ସେ ସମ୍ପର୍କରେ ଅନୁଗାମୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ସତସଙ୍ଗ ବିହାର ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଡକ୍ଟର ଅନୁରାଧା ମହାପାତ୍ର ଓ ଷ୍ଟାଫ୍ ନର୍ସ ସୁଜାତା ଜେନା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନିଃଶୁଳ୍ମ ଔଷଧ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ତିନି ହଜାରରୁ ଉର୍ଦ୍ଧ୍ଵ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ। ଏହା କାର୍ଯ୍ୟକ୍ରମରେ କର୍ମୀ ଅନନ୍ତ ନାୟକ, ପ୍ରଫୁଲ୍ଲ ରାଉତ, ଗୁରୁଭାଇ କାର୍ତ୍ତିକ କରୁଆ, ଭଗବାନ ଗିରି, ସୁଧାନନ୍ଦ ଗିରି, ଈଶ୍ୱର ପ୍ରଧାନ, ମହାଦେବ ରାଉତ, ବିଦ୍ୟାଧର ପରିଡ଼ା, ମନୋଜ ଦାସ, ମଣ୍ଟୁ ମହାରଣା, ପ୍ରିତିଶ ସୁନ୍ଦର ରଥ, ସୁମିତ ବେଉରା, କିଶୋର ନନ୍ଦ, ନିତିଶ ସୁନ୍ଦର ରଥ, ମନୀନ୍ଦ୍ର ସୁନ୍ଦର ବାରିକ, ଉମେଶ ଜେନା, ଧୀରେନ୍ଦ୍ରନାଥ ସାମଲଙ୍କ ସହ ଅନ୍ୟ ମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ।

Related Posts

About The Author

Add Comment