ବିଧାୟକଙ୍କ ଦ୍ୱାରା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଓ ପ୍ରକଳ୍ପର ଉଦଘାଟନ

Spread the love

ବରୀ, ୧/୨/୨୬ (ସନ୍ଧାନ ନ୍ୟୁଜ )  : ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ନାଥପୁର ଠାରେ ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ବହୁ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଡକ୍ଟର ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନରେ ମୁଖ୍ୟଅତିଥିଭାବେ ବିଧାୟକ ଶ୍ରୀ ମଲ୍ଲିକ ମମତା ଗୃହ, ମିଶନ ଶକ୍ତି ଗୃହ, ମହାପୁରୁଷ ମନ୍ଦିର ଓ ପାଲା ମଣ୍ଡପ ଉଦ୍‌ଘାଟନ କରିଛନ୍ତି । ପାଲାମଣ୍ଡପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥିଭାବେ ବିଧାୟକ ଶ୍ରୀ ମଲ୍ଲିକ ଯୋଗଦେଇ କହିଲେ ଯେ ବରୀର ବିକାଶ ପାଇଁ କୌଣସି ଶକ୍ତି ପ୍ରତିବନ୍ଧକ ହୋଇପାରିବ ନାହିଁ । ସମସ୍ତେ ଯେଉଁଭଳି ଭାବେ ସମର୍ଥନ ଦେଇଛନ୍ତି ତାର ପ୍ରତି ଉତ୍ତରରେ ମୁଁ ବଞ୍ଚିଥିବା ଯାଏ ବରୀର ସେବା କରିବି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଯୁବନେତା ବୁଲୁ ଯାଦବ, ପ୍ରସନ୍ନ ସାମଲ, ସରପଞ୍ଚ ଶଙ୍କର୍ଷଣ ସ୍ୱାଇଁ, ସମିତିସଭ୍ୟ ଚିନ୍ତାମଣି ଜେନା, ମିଶିନ ଶକ୍ତି ମହାସଂଘର ସମ୍ପାଦିକା ରମାମଣୀ ଶ୍ୟାନ୍ତି, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।  ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ସରପଞ୍ଚ କୁନା ମଲିକ ଅତିଥିପରିଚୟ ଓ ସମିତିସଭ୍ୟ ଶ୍ରୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରାଚୀନ କଳା ପାଲା ପାଇଁ ଉତ୍ସର୍ଗୀକୃତ ସେବା ନିମନ୍ତେ ବ୍ରଜ ମୋହନ ସାମଲ, ଧର୍ମପଦ ଜେନା, ବଳରାମ ପାତ୍ର, ଗୋଲଖ ଚନ୍ଦ୍ର ଦଳାଇ, ଗାୟକ ଗୁନଚରଣ ନାୟକ, ଚିତ୍ତରଂଜନ ଜେନା, ସୁଲୋଚନା ପଣ୍ଡା ପ୍ରମୁଖଙ୍କୁ ଧାରପୁର ପଞ୍ଚାୟତ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment