ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ ବର୍ଷର ନିଖୋଜ ଶିଶୁକୁ ଉଦ୍ଧାର କଲା ପୋଲିସ

Spread the love
ବାଲିଗୁଡା, :  ୩୧/୧/୨୬ (ସନ୍ଧାନ ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜରିଘାଟି ର ମାଣ୍ଡିଆ ପଦର ଗ୍ରାମରୁ ବୁଧବାର ଦିନ ଏକ ୩ ବର୍ଷ ର ଶିଶୁ ନିଖୋଜ ହୋଇଯାଇଥିଲେ l ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା l ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ଥାନା ଜରିଘାଟି ମାଣ୍ଡିଆ ପଦର ଗ୍ରାମର ସୁନୀଲ ବଡ଼ମାଝି ଓ ସୁମିତା ବଡ଼ମାଝିଙ୍କ ୩ବର୍ଷ ୬ମାସ ର ଝିଅ ସ୍ୱପ୍ନା ବଡମାଝୀ ବୁଧବାର ରାତି ପ୍ରାୟ ୮ଘଣ୍ଟ ସମୟରେ ହଠାତ ନିଖୋଜ ହେବା ନେଇ ତୁମୁଡିବନ୍ଧ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା l ଏତଲା କୁ ଭିର୍ତ୍ତି କରି ଥାନା କେଶ ନଂ. ୧୫/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏସଡିପିଓ ଶୁଭମ ଭୋସଲେ, ଇନସ୍ପେକ୍ଟର ଏସ. ସାମନ୍ତରାୟ ଏବଂ ଏସଆଇ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଗୁରୁବାର ଏକ ବିଶେଷଜ୍ଞ ଦଳ ତତ୍ପରତା ଏବଂ ସମ୍ବେଦନଶୀଳତାର ସହିତ ତଦନ୍ତ ଅବ୍ୟାହତ ରଖି ଆଖ ପାଖ ଅଞ୍ଚଳରୁ ପୋଲିସ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରି ନିକଟସ୍ଥ ଖଣ୍ଡିଆଗୁଡା ଅଞ୍ଚଳରେ ତଦନ୍ତ କରିଥିଲା। ତଦନ୍ତ ପରେ ସୁରକ୍ଷିତ ଏବଂ ଅକ୍ଷତ ଅବସ୍ଥାରେ ମିଳିଥିଲା,ଏବଂ ଉପଯୁକ୍ତ ଯାଞ୍ଚ ଓ ପରାମର୍ଶ ପରେ ପରିବାର ନିକଟରେ ସ ସମ୍ମାନ ରେ ପୋଲିସ ବିଭାଗ ହସ୍ତାନ୍ତର କରିଥିଲେ l ଅଭିଯୋଗ ପରେ ପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଶିଶୁର ସୁରକ୍ଷିତ ପୁନରୁଦ୍ଧାରକୁ ସୁନିଶ୍ଚିତ କରିପାରିଥିବାରୁ ଶିଶୁ ର ପରିବାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି l

Related Posts

About The Author

Add Comment