ଟାଟା ପାୱାରର ଗ୍ରାହକ ମାରଣ ନୀତିକୁ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ତରଫରୁ ନିନ୍ଦା ।

Spread the love

   କଟକ,(ସନ୍ଧାନ ନ୍ୟୁଜ୍) : ଓଡ଼ିଶା ମୁଖ୍ୟ ବିଦ୍ୟୁତ୍ ବିତରକ ସଂସ୍ଥା ଟାଟା ପାୱାରର ଗ୍ରାହକ ମାରଣ ନୀତି ବିରୁଧ୍ୟରେରେ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ତରଫରୁ ଘୋର ନିନ୍ଦା ସହ ଆଗାମୀ ଦିନରେ ଟାଟା ପାୱାର ଟିକସ ଓ ଜାମା କାଳୀନ ଟଙ୍କା ଆଦେଶକୁ ପ୍ରତ୍ୟାହାର ନ କଲେ ସଂଘ ତରଫରୁ ସମସ୍ତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା  ଓ ପ୍ରତିବାଦ ସଭା କରାଯିବା ନେଇ ପରମହଂସ ମନ୍ଦିର ନିକଟରେ ସାମ୍ୱାଦିକ ସମ୍ମିଳନୀରେ ଜରୀଆରେ ଚେତାବନୀ ଦିଆ ଯାଇଛି । ଉପଭୋକ୍ତା ମାନଙ୍କୁ ଘରକୁ ଘର ଯାଇଁ ସଚେତନତା ଅଭିଯାନ ଆରମ୍ଭ କରାଯିବ।କଟକ ସଦର ବିଭିନ୍ନ ଗ୍ରାମରେ କେବୁଲ ତାର ଲାଗିଥିବା ଅଭିଯୋଗ,ତାର ଝୁଲିକି ରହିବା,ତାରରେ ଲଟା ମାଡ଼ିବା,ବିଭିନ୍ନ ଜାଗାରେ ତାର୍ ଖୁଣ୍ଟ ଗୁଡ଼ିକ ଅବ୍ୟବସ୍ତାରେ ଥିବା ସହିତ, କର୍ମଚାରୀ ମାନେ ଜରୁରୀ ଫୋନ କଲ ନ ଉଠେଇବା ଗ୍ରାହକଙ୍କୁ ଜାଣି ଶୁଣି ହଇରାଣ କରିବା ଆଦି ଅଭିଯୋଗ ହେଇ ଆସୁଛି କିନ୍ତୁ ଏଥି ପ୍ରତି କମ୍ପାନୀ ଗୁରୁତ୍ଵ ଦେଉ ନାହିଁ । ଓଡ଼ିଶା ରାଷ୍ଟ୍ରବାଦୀ ସଂଘର ସଭାପତି ଯୁବ ସମାଜସେବୀ ଇଂ.ଗିରିଜା ଶଙ୍କର ପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇ ଉପ ସଭାପତି ସତ୍ୟ ନାରାୟଣ ମହାନ୍ତି,ଉପ ସଭାପତି ସଞ୍ଜୟ କୁମାର ସାହୁ,ଯୁବ ରାଜ ପଣ୍ଡା ,ସମ୍ପାଦକ କୃଷକ ନେତା ଦେବୀ ପ୍ରସାଦ ପତି,ସଂଯୋଜକ ପୀୟୁଷ ରଞ୍ଜନ ପରିଡ଼ା,ଉପଦେଷ୍ଟା ପ୍ରଦୀପ୍ତ ମହାପାତ୍ର,ଅନୀରୁଦ୍ଧ ରାଉଳ,ନାରାୟଣ କୁମାର ପଣ୍ଡା,ଯୁବ ସଂଯୋଜକ ସୁବାସ କୁମାର ପଣ୍ଡା,କୃଷ୍ଣ ଚନ୍ଦ୍ର ବେହେରା,ସରୋଜ ଜେନା,ବଳରାମ ନାୟକ ସହ ଅନ୍ୟ ବହୁ କାର୍ଯ୍ୟକର୍ତ୍ତା  ଯୋଗଦେଇ ଥିଲେ ।

Related Posts

About The Author

Add Comment