ପାକିସ୍ତାନକୁ କଶ୍ମୀର ଲୋଡ଼ା ନାହିଁ, ସେ ନିଜର ପ୍ରଦେଶଗୁଡ଼ିକୁ ଚଳାଇ ପାରୁନି: ପୂର୍ବତନ ପାକ୍‌ କ୍ରିକେଟ୍‌ ଟିମ୍‌ ଅଧିନାୟକ ଆଫ୍ରିଦି

Spread the love

ଇସ୍‌ଲାମବାଦ୍‌,୧୪/୧୧ (ସନ୍ଧାନ ନିୟୁଜ): ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସାହିଦ୍‌ ଆଫ୍ରିଦି କଶ୍ମୀରକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଏଆର୍‌ଓ୍ଵାଇର ଜନୈକ ସାମ୍ବାଦିକ କରିଥିବା ଏକ ଭିଡିଓ ଟୁଇଟ୍‌ରେ ଦେଖିବାକୁ ମିଳିଛି ଯେ ଆଫ୍ରିଦି ପରାମର୍ଶ ଦେଇ କହୁଛନ୍ତି କି  ନିଜ ଅଧିନକୁ ଆଣିବା ବଦଳରେ କଶ୍ମୀରକୁ ଏକ ସ୍ୱାଧୀନ ରାଷ୍ଟ୍ର ହେବା ଲାଗି ପାକିସ୍ତାନ ଅନୁମତି ଦେବା ଉଚିତ, କାହିଁକି ନା ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ଚଳାଇବାକୁ ଅସମର୍ଥ।

‘ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ। କଶ୍ମୀର ଭାରତକୁ ବି ଦିଆନଯାଉ। ଏହାକୁ ଏକ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରାଯାଉ। ମାନବିକତା ବଞ୍ଚି ତ ରହିବ। ଲୋକମାନଙ୍କ ଜୀବନ ନ ଯାଉ। ପାକିସ୍ତାନ କଶ୍ମୀର ଚାହେଁ ନାହିଁ। ଦେଶ ଭିତରେ ଥିବା ନିଜର ୪ଟି ପ୍ରଦେଶକୁ ଠିକ୍‌ ଭାବେ ପରିଚାଳନା କରିପାରୁନି ପାକିସ୍ତାନ। ମାନବିକତା ବଡ଼ କଥା। କଶ୍ମୀର ପାଇଁ ବହୁ ଲୋକ ମରୁଛନ୍ତି, ଏହା ଯନ୍ତ୍ରଣାଦାୟକ। କୌଣସି ବି ସଂପ୍ରଦାୟରୁ ହେଉଥିବା, କାହାରି ବି ମୃତ୍ୟୁ ଯନ୍ତ୍ରଣାଦାୟକ।’ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ ହୋଇଥିବା ଭିଟିଓରେ ଆଫ୍ରିଦି ଏହା କହୁଥିବାର ଦେଖିବାକୁ ମିଳିଛି।

Related Posts

About The Author

Add Comment