ବର୍ଷା ରେ ପୋଲ ଧସିଲା ଜନ ସାଧାରଣ ହନ୍ତସନ୍ତ

Spread the love

ସୁନ୍ଦରଗଡ଼ ତା:୨୪-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତିଳଡେଗା ରୁ ଦେଓ ଭୁବନପୁର ଯାଇଥିବା ରାସ୍ତା ଟି ଅତି ଅସୁବିଧା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ଏହି ଖବର ବାରମ୍ବାର ଲୋକ ଲୋଚନ କୁ ଆସିଥିଲେ ମଧ୍ୟ ପ୍ରଶାସନ ର ନଜର ଏହି ରାସ୍ତା ଉପରେ ପଡୁନି l ଏହି ରାସ୍ତା ରେ ପ୍ରତି ଦିନ ଶହ ଶହ ଲୋକ କରୁଥିବା ବେଳେ ବର୍ତ୍ତମାନ ର ବର୍ଷା ପାଣିରେ ରାସ୍ତା ଟି କାଦୁଅ ରେ ରାସ୍ତା ଟି ପରିପୂର୍ଣ ହୋଇ ରହିଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି l ରାସ୍ତା ମଝି ରେ ଥିବା ପୋଲ ଭାଙ୍ଗି ଧସି ଗଲାଣି l ଏତିକି ଅସୁବିଧା ହେବା ପରେ ମଧ୍ୟ ପ୍ରଶାସନ ଏହି ରାସ୍ତା କୁ ଅଣଦେଖା କରୁଥିବା ଜଣା ପଡୁଛି l ଅତି ଶୀଘ୍ର ଏହି ରାସ୍ତା ଓ ପୋଲ କୁ ନିର୍ମାଣ କରିବା ପାଇଁ ପ୍ରଶାସନ କୁ ଜନ ସାଧାରଣ ଦାବି ଜଣାଇଛନ୍ତି

Related Posts

About The Author

Add Comment