ଧର୍ମଶାଳା, ୬/୧୧ (ସନ୍ଧାନ ନିୟୁଜ/ଦିପକ ମଲ୍ଲିକ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ମଲ୍ଲିକ ସାହିରେ ୦୫/୧୧/୨୦୧୮ ରିଖ ସୋମବାର ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା । କ୍ଷୀରୋଦ ମଲ୍ଲିକ ,ଲିପୁନ ମଲ୍ଲିକ ,ପୁର୍ଣ୍ନଚନ୍ଦ୍ର ମଲ୍ଲିକଙ୍କର ୫ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ଗାଁ ଲୋକମାନେ ସଙ୍ଗେ ସଙ୍ଗେ ପାଣି ପକାଇ ନିଆଁକୁ ଆୟତ କରିଥିଲେ । ଏହି ଘର ପୋଡି କଥା ଶୁଣି ବାଙ୍କ ସାହି ସର୍କଲ ଆର.ଆଇ ସୌମ୍ୟରଞ୍ଜନ ଜେନା ପହଁଚି ତଦନ୍ତ କରି ରିପୋର୍ଟ ଦେଇଥିଲେ ଏବଂ ସକାଳୁ ଘର ପୋଡି କଥା ଶୁଣି କୋତପୁର ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସଭାପତି ଅଧର କାନ୍ତ ଜେନା ଓ ଅମିୟ ପରିଡା,ଶିଶିର ଲେଙ୍କା,ସୁନାକର ସାହୁ,ଦେବାଶିଷ ବିଶ୍ୱାଳ ଥିଲେ । ସ୍ଥାନୀୟ ପଂଚାୟତର ସରପଂଚ ସମିତି ସଭ୍ୟ ମ୍ମ ଉପସ୍ଥିତି ଥିଲେ । ପଂଚାୟତ ସମିତର ଅଧ୍ୟକ୍ଷ ପ୍ରଭାତ ବଳବନ୍ତ ରାୟ ପହଚି ପରିବାର ବର୍ଗଙ୍କୂ ସମବେଦନା ଜଣାଇଥିଲେ । ପଂଚାୟତର ବିଜୁଜନତା ଦଳର ସଭାପତି ଅଧରକାନ୍ତ ଜେନା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପତିଶୃତି ଦେଇଥିଲେ । ସ୍ଥାନୀୟ ପ୍ରଶାସନିକ ସହାୟତାରୁ ଆର.ଆଇଙ୍କ ରିପୋର୍ଟ ଅନୁସାରେ ସଂଙ୍ଗେ ସଂଙ୍ଗେ ୩ଟି ପାଲ ଦିଆଯାଇଥିଲା ।
ଧର୍ମଶାଳା: କୋତପୁର ମଲ୍ଲିକ ସାହିରେ ଅଗ୍ନିକାଣ୍ଡ, ୫ ବଖରା ଘର ପୋଡି ପାଉଁଶ
|
November 6, 2018 |