ନୂଆ ଦିଲ୍ଲୀ ୫/୧୧(ସନ୍ଧାନ ନିୟୁଜ) ଉତ୍ତରାଖଣ୍ଡର ତୀର୍ଥସ୍ଥଳୀ ବଦ୍ରିନାଥରେ ଫସି ରହିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ। ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ବରଫପାତ ହୋଇଥିଲା। ଫଳରେ ଏମାନେ ଏକ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି। ଗତ ୨୬ ତାରିଖରେ ଏମାନେ ସମସ୍ତେ ଦର୍ଶନ ପାଇଁ ବାହାରିଥିଲେ। ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦର୍ଶନ ସାରି ଫେରୁଥିବା ବେଳେ ତୁଷାରପାତ ହୋଇଥିଲା। ଏହି ଘଟଣାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି ରାସ୍ତା ଖୋଲିଲେ ସେମାନେ ଆସିବେ, ଦରକାର ପଡ଼ିଲେ ଉଦ୍ଧାର ବ୍ୟବସ୍ଥା ହେବ ବୋଲି କୁହାଯାଇଛି
ବଦ୍ରିନାଥରେ ଫସି ରହିଛନ୍ତି ୪୨ ଓଡ଼ିଆ ତୀର୍ଥଯାତ୍ରୀ
|
November 4, 2018 |
