ନାବାଳିକା ଦୁଷ୍କର୍ମକୁ ନିନ୍ଦା କରିଛି ପ୍ରଦେଶ କଂଗ୍ରେସ କମିଟି

Spread the love

ସୁନ୍ଦରଗଡ ତା:୨୨/୪/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନିର୍ମଳ କୁମାର ନାୟକ ଙ୍କ ନେତୃତ୍ୱ ରେ ପ୍ରତିନିଧି ଦଳ ସବଡେଗା ବ୍ଲକ୍ କଂଗ୍ରେସ ସଭାପତି ଶୁଭେନ୍ଦୁ କୁମାର ନାଏକ, ବାଲିଶଙ୍କରା ସଭାପତି ସୁଧାଂଶୁ ପ୍ରଶାୟତ, ପର୍ସୁରାମ ସରାଫ, ରାଜେନ୍ଦ୍ର ପଟେଲ, ବାଲିଶଙ୍କରl ବ୍ଲକ ଉପାଧ୍ୟକ୍ଷ ପିତାମ୍ବର ଶେଖର ଦେଓ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁରେ଼ଇ ଗ୍ରାମର ନାବାଳିକା ଦୁଷ୍କର୍ମ ଘଟଣା ର ଅନୁଧ୍ୟାନ କରିବା ପାଇଁ ତଳସରା ଥାନା ଯାଇ ଥାନା ଅଧିକାରୀ ଏବଂ ଏସଡିପିଓ ଙ୍କୁ ଭେଟି ଆଲୋଚନା କରିଥିଲେ। ଆସନ୍ତାକାଲି ପୁଣି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁଧ୍ୟାନ କମିଟି କୂରେଇ ଅଞ୍ଚଳ ଯାଇ ଅନୁଧ୍ୟାନ କରିବେ ଏହି କମିଟି ରେ ରାଜ ଗାଙ୍ଗପୂର୍ ବିଧାୟକ ରଜେନ ଏକ୍କା ଅଧକ୍ଷ ଥିବାବେଳେ ଅମିତା ବିଶ୍ଵାଳ, ଅନିମା ମିଞ୍ଜ, ନିର୍ମଳ ନାଏକ ସଭ୍ୟ ରହିଛନ୍ତି । ନାରୀ ଅସମ୍ମାନ ସହିତ ନିର୍ଯାତନାକୁ କଦାପି ଭ୍ରୁକ୍ଷେପ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯିବା ସହିତ ତାର ଅତିଶିଘ୍ର ତଦନ୍ତ କରି ଦୋଷୀକୁ ଉଚିତ୍ ଦଣ୍ଡ ଦେବାକୁ ଦାବି ରଖିଥିବା ଜଣାପଡିଛି ।

Related Posts

About The Author

Add Comment