ଜେନାପୁର:୧୮/୦୩( ସନ୍ଧାନ ନ୍ୟୁଜ୍) (ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ର ବିନୋଦ ପାଳ ଙ୍କ ପରିବାର ର ପାଞ୍ଚ ପ୍ରାଣୀ ଙ୍କ ଜୀବନ ଅତି ଦୟାନିୟ ଭାବେ କାଟୁଥିଲା ବେଳେ ଲୋକପ୍ରିୟ ଡାକ୍ତର ନିହାର କର ଓ ସଚେତନ ନାଗରିକ ମଞ୍ଚ ପ୍ରୟାସ ରେ ଆରମ୍ଭ ହେଇଛି ମିଶନ ବିନୋଦ.ପିତା ଙ୍କୁ ହରାଇବା ପରେ ବାୟାଳିଶ ବର୍ଷୀୟ ବିନୋଦ ଙ୍କ କାନ୍ଧରେ ଘର ର ସମ୍ପୂର୍ଣ ଦାୟିତ୍ୱ ଥିଲା. କିନ୍ତୁ ଅବେଳ ରେ କିଡ଼ନୀ ଓ ମେରୁଦଣ୍ତ ରେ ସମସ୍ୟା ହେବା ପରେ ପାଞ୍ଚ ବର୍ଷ ହେବ ସେ କାମ ଧନ୍ଦା କୁ ଯାଇପାରୁନାହାନ୍ତି. ନିଜର ଚିକିତ୍ସା ପାଇଁ ପ୍ରାୟ ସବୁକିଛି ବିକ୍ରୀକାରୀ ସାରିବା ପରେ ଦିନକୁ ଦୁଇ ମୁଠା ଖାଇବା ଏବେ ପରିବାର ପାଇଁ ସ୍ବପ୍ନ.ଘରେ ନିଜ ମା, ପତ୍ନୀ ଙ୍କ ସହିତ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଝିଅ ଓ ପଞ୍ଚମ ଶ୍ରେଣୀ ର ପୁଅ. ଗୋଟିଏ ପଟେ ଘର ପରିବାର ଚଳାଇବା ପାଇଁ ବୋଝ ଆଉ ଅନ୍ୟ ପକ୍ଷରେ ନିଜ ଚିକିତ୍ସା. ସମସ୍ୟା ଏମିତି ଯେ ବିନୋଦ ଙ୍କ ମାନସିକ ପରିସ୍ଥିତି ଏବେ ବିଗିଡ଼ିବାକୁ ବସିଲାଣି. ଯାହାପାଇଁ ସମ୍ପୂର୍ଣ ପରିବାର ଏବେ ଯନ୍ତ୍ରଣା ରେ କଲବଲ ହେଉଛି.ଏପରି କିଛି ନିଆରା ସାମାଜିକ ସମସ୍ୟା ଦେଖିଲେ ଡାକ୍ତର ନିହାର କର ଏହାକୁ ଏକ ମିଶନ ଭାବେ ଗ୍ରହଣ କରିଥାନ୍ତି. ଡାକ୍ତର କର ଙ୍କ କହିବାଅନୁସାରେ ଏହା ବିନୋଦ ପାଳ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପାରିବାରିକ ସମସ୍ୟା ଦିଗରେ ମିଶନ ବିନୋଦ କାର୍ଯ୍ୟ କରିବ. ସଚେତନ ନାଗରିକ ମଞ୍ଚ, କିଛି ସହୃଦୟୀ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟରେ ସହଯୋଗ କରିବେ ଓ ମିଶନ ବିନୋଦ କୁ କ୍ରିୟାଶୀଳ କରାଇବେ. ରବିବାର ସକାଳେ ବିନୋଦ ପାଳ ଙ୍କ ବାସଭବନରେ ଡାକ୍ତର କର ଙ୍କ ସମେତ ସଚେତନତ ନାଗରିକ ମଞ୍ଚ ର ଆବାହକ ସରୋଜ ବେହେରା, ଯଶୋବନ୍ତ ସାହୁ, ଆନନ୍ଦ ପ୍ରଧାନ, ମନୋଜ ପ୍ରଧାନ, ସାମ୍ବାଦିକ ଅଶୋକ ଦଶ ଙ୍କ ସହିତ ଅନେକ ଯୁବବନ୍ଧୁ ମାନେ ଯୋଗଦେଇ ଥିଲେ. ପରିଶେଷ ରେ ମହାଅ୍ରଭୁ ଙ୍କ ଆଶୀର୍ବାଦ ରେ ମିଶନ ବିନୋଦ ପରିବାର ର ଜୀବନ ଜୀବିକା କୁ ପ୍ରଭାବିତ କରିବାକୁ ପାର୍ଥନା ରଖିଥିଲେ.
ଡାକ୍ତର ନିହାରଙ୍କ ନିଆରା ପ୍ରୟାସ ,ମିଶନ ବିନୋଦ ବଦଳାଇବ ପରିବାର ର ଦୁଃଖ!
|
March 18, 2025 |
