ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ଙ୍କ ନିକଟକୁ ଦୀପାବଳି ଉପହାର ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦି ପଠାଇଲେ ‘ମୋଦି ଜ୍ୟାକେଟ’…

Spread the love

ନୂଆଦିଲ୍ଲୀ୩୧/୧୦(ସନ୍ଧାନ ନିୟୁଜ)  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ ପୋଷାକ ବିଶେଷ କରି କୁର୍ତ୍ତା ଓ ପାଇଜମା ଉପରେ ସେ ପରିଧାନ କରୁଥିବା ଜ୍ୟାକେଟ ଏବେ କେବଳ ଭାରତୀୟ ରାଜନେତାଙ୍କୁ ନୁହେଁ ବରଂ ବିଶ୍ୱର ରାଜନେତାମାନଙ୍କୁ ମଧ୍ୟ ଗଭୀର ଭାବେ ଆକୃଷ୍ଟ କରିଛି। ଏକଦା ନେହରୁ ଜ୍ୟାକେଟ ଭାବେ ପରିଚିତ ଥିବା ଏହି ଜ୍ୟାକେଟ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ରୂପାନ୍ତରିତ ହୋଇପଡ଼ିଛି ମୋଦି ଜ୍ୟାକେଟ ନାମରେ। ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୋଦି ଜ୍ୟାକେଟ’ ଏବେ ଯେପରି ଭାବେ ଭାରତୀୟ ନେତା, ଭାରତୀୟ ଯୁବ ପିଢ଼ିଙ୍କ ଠାରୁ ଆରମ୍ଭ କରି ବିଶ୍ୱର ରାଜନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟରେ ପରିବର୍ତ୍ତିତ ହୋଇପାରିଛି ସେପରି ଦୃଷ୍ଟାନ୍ତ ପୂର୍ବରୁ ବିରଳ ଥିଲା।

ଏବେ ନିକଟରେ ଭାରତ ଗସ୍ତରେ ଆସିଥିବା ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌ ଜେଇ-ଇନ୍‌ ଭାରତ ଗସ୍ତରେ ଆସିଥିବା ବେଳେ ‘ମୋଦି ଜ୍ୟାକେଟ’ ପ୍ରେମରେ ପଡ଼ି ଯାଇଥିଲେ। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ପ୍ରଧାନମନ୍ତ୍ରୀ ମୋଦି ପରିଧାନ କରିଥିବା ଜ୍ୟାକେଟର ଭୁରିଭୁରି ପ୍ରଶଂସା କରିବା ସହ ନିଜର ଏକାଧିକ ଟୁଇଟରେ ମଧ୍ୟ ଏହାର ପ୍ରଶଂସା କରିବାକୁ ଭୁଲି ନଥିଲେ। ‘ମୋଦି ଜ୍ୟାକେଟ’ ପ୍ରତି ରାଷ୍ଟ୍ରପତି ମୁନ୍‌ଙ୍କ ପ୍ରେମ ଦେଖିବା ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାଇଁ ବିଭିନ୍ନ ରଙ୍ଗର ଏକାଧିକ ‘ମୋଦି ଜ୍ୟାକେଟ’ ଦୀପାବଳି ଉପହାର ସ୍ୱରୂପ ପଠାଇଛନ୍ତି। ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଏପ୍ରକାରର ଦୀପାବଳି ଉପହାର ପାଇ ରାଷ୍ଟ୍ରପତି ମୁନ୍‌ ହତଚକିତ ହୋଇପଡ଼ିବା ସହ ମୋଦିଙ୍କ ପ୍ରଶଂସାରେ ହୋଇ ଉଠିଛନ୍ତି ଶତମୁଖ। ଯାହାର ପ୍ରମାଣ ବହନ କରୁଛି ରାଷ୍ଟ୍ରପତି ମୁନ୍‌ କରିଥିବା ଏକାଧିକ ଟୁଇଟ୍‌।

Related Posts

About The Author

Add Comment