ଛାତରେ ଲାଗିଛି ବିଦ୍ୟୁତ ତାର ବିଭାଗର ଦୃଷ୍ଟି ପଡିବ କେବେ? ବରିଷ୍ଠ ଅଧିକାରୀଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କେଲ ସମାଜସେବୀ

Spread the love

ଯାଜପୁର , ୩୧/୧୦(ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ନେଉଳପୁର ବିଦୁ୍ୟତ ସେକସନ ଅଧୀନ ହରିଦାସପୁର କଦଳା ଗ୍ରାମରେ ଦୀର୍ଘ ଦିନରୁ ବିଦୁ୍ୟତ ତାର ଏବଂ ଖୁଂଟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଅଦ୍ୟବଧି ମରାମତି ହେଉନଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ତାରଟି ଅଭିମନୁ୍ୟ ପାତ୍ରଙ୍କ ଘର ଛାତକୁ ଲାଗିଯାଇଥିବା ବେଳେ ପୁରା ତଳକୁ ଖସି ଆସିଛି । ଯେକେହିବି ଅସବାଧନତା ଅବସ୍ଥାରେ ସାମାନ୍ୟ ହାତ ଟେିକିଦେବ ତେବେ ନିଶିଶ୍ଚ ମୃତୁ୍ୟ ମୁଖରେ ପଡିବ । ଏହି ଏଲ ଟି ତାରକୁ ଟାଣିବା ଏବଂ ନୃତନ ଖୁଂଟ ବସାଇବା ପାଇଁ ବହୁବାର ବଦୁ୍ୟତ ସେକସନ ଯାଇ ଯାଇ ଲୋକମାନେ ନୟାନ୍ତ ହୋଇପଡିଲେଣି । ତଥାପି ବିଦୁ୍ୟତ ବାଲାଙ୍କର କର୍ଣ୍ଣପାତ ହେଉନି । ଏପରିକି ବରିଷ୍ଠ ଅଧିକାରୀଙ୍କ ଜଣାଇଥିଲେ ସୁଧା କୌଣସି ସୁଫଳ ମଳୁନଥିବା ଅଭିଯୋଗ ହୋଇଛି ।

ନିକଟରେ ଡେଙ୍କାନାଳରେ ବିଦୁ୍ୟତ ଆଘାତରେ ୭ଟି ହାତୀଙ୍କ ଜୀବନ ଯିବା ପରେ ମଧ୍ୟ ଅନ୍ୟଜିଲ୍ଲା ମାନଙ୍କରେ ରହିଥିବା ଏଭଳି ବିପଦ ସଙ୍କୁଳ ତାର ଏବଂ ଖୁଂଟ ଗୁଡିକ ତଦାରକ କରିବାକୁ ବିଭାଗ ପକ୍ଷରୁ ଉଚ୍ଚିତ ମଣୁନାହାନ୍ତି । ଏ ଦିଗରେ ଦୃଷ୍ଟି ଦେବା ସହିତ କାର୍ଯ୍ୟକରୁନଥିବା ଅଧିକାରଙ୍କ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୌନିକ ସମାଜସେବୀ ପତ୍ର ଲେଖିଛନ୍ତି । ତୁରନ୍ତ ତାର ଟଣା ନଗଲେ ଗ୍ରମାବସୀ ବିଦୁ୍ୟତ ସେକସନ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି

Report Manas Rout

Related Posts

About The Author

Add Comment