ଜେନାପୁର /୨୧/୧ (ସନ୍ଧାନ ନ୍ୟୁ ଜ୍): ଚଣ୍ଡିଖୋଲ – ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ ନିକଟରେ ଏକ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକ ଅଧିନ କଳିଙ୍ଗ ନଗର ଥାନା ଅନ୍ତର୍ଗତ ପିଙ୍ଗଲ ପଞ୍ଚାୟତ ଅଧିନ କଇଥା ଗ୍ରାମର ଘନଶ୍ୟାମ ବାରିକ ଙ୍କ ପୁଅ ଦିବ୍ୟ ରଞ୍ଜନ ବାରିକ ବୋଲି ଜଣାପଡ଼ିଛି।ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ମୁତାବକ ଦିବ୍ୟରଞ୍ଜନ ମୁକୁନ୍ଦପୁର ବାଘୁଆ ରାସ୍ତା ଦେଇ ଜାତୀୟ ରାଜପଥ ଉପରକୁ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ଏକ ପଥର ଉପରେ ପଡ଼ି ଯାଇଥିଲେ। ଉକ୍ତ ସ୍ଥାନରେ ସେ ଖଣ୍ଡିଆଖାବରା ହେବା ସହିତ ରକ୍ତ ବାନ୍ତି କରୁଥିଲେ। ଦୁର୍ଘଟଣା ସ୍ଥାନରେ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳର ରବି ସ୍ୱାଇଁ, ଅନନ୍ତ ସେନାପତି ଓ ହାପି ସାହୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ କବାଟବନ୍ଧ ମେଡ଼ିକାଲ କୁ ନେବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରକ୍ତ ମୁଖା ୫୩ ନମ୍ୱର୍ ଜାତୀୟ ରାଜପଥରେ ପୁଣି ଗଡିଲା ମୁଣ୍ଡ,ଦୁର୍ଘଟଣାରେ ଯୁବକ ମୃତ
|
January 22, 2025 |
