ହାଇଦ୍ରାବାଦ୍ ୨୬/୧୦ (ସନ୍ଧାନ ନିୟୁଜ): ମଝି ଆକାଶରେ ଇଞ୍ଜିନ୍ ଖରାପ ହୋଇଯିବାରୁ ଗୋଏୟାର୍ର ଏକ ବିମାନ ଜି୮ ୪୨୩ ଦିଲ୍ଲୀରୁ ହାଇଦ୍ରାବାଦ୍ ଗସ୍ତ କରୁଥିବା ବେଳେ ବାଧ୍ୟ ହୋଇ ଦିଲ୍ଲୀ ଫେରି ଯାଇଛି। ମଝି ଆକାଶରେ ବିମାନ ହଠାତ୍ ଥରିବାକୁ ଲାଗିଥିଲା। ହଠାତ୍ ବିମାନଟି ଆୟତ୍ତ ବାହାରକୁ ଯିବା ଭଳି ଅନୁଭବ ହେବାରୁ ବିମାନ ଚାଳକ ଭୟରେ ଦିଲ୍ଲୀ ଫେରିଥିଲେ।
ପ୍ରଭାବିତ ବିମାନରେ ପ୍ରାଟ୍ ଓ ହୁଇଟ୍ନି(ପି ଆଣ୍ଡ୍ ଡବ୍ଲୁ) ଇଞ୍ଜିନ୍ ଲାଗିଥିଲା। ପୂର୍ବରୁ ବେସାମରିକ ବିମାନ ଚଳାଚଳର ସାଧାରଣ ନିର୍ଦ୍ଦେଶକ ଏ ପରିସ୍ଥିତିରେ ବିମାନକୁ ତୁରନ୍ତ ଲ୍ୟାଣ୍ଡ୍ କରାଇ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ କଡ଼ାକଡ଼ି ଭାବେ ମନା କରିଥିଲେ।



