ଗୋଲା ସମାଜର ପ୍ରତିନିଧିତ୍ଵ ପାଇଁ ଦାବି, ସାମ୍ବାଦିକ ସମ୍ମିଳନୀ କରି ଅଶୋକ ବେହେରା ଙ୍କୁ ବରୀ ପାଇଁ ବିଧାୟକ ପ୍ରାର୍ଥୀ ପାଇଁ କଲେ ନିବେଦନ ।

Spread the love

ଯାଜପୁର /୦୯/୦୪/ସନ୍ଧାନ ନିୟୁଜ୍)ଏହି ଜିଲ୍ଲା ଅନ୍ତର୍ଗତ ବରୀ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ଏଯାବତ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ବରୀ ଆସନ ପାଇଁ ନିଖିଳ ଉତ୍କଳ ଗୋଲା ସମାଜ ଯାଜପୁର ଶାଖା ପକ୍ଷରୁ ଆଜି ଅଜାଣ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଚଳିତ ନିର୍ବାଚନରେ ଗୋଲା ସମାଜ ସଂଗଠନର ପ୍ରତିନିଧିତ୍ଵ ପାଇଁ ଏହି ସମ୍ମିଳନୀରେ ଦାବି କରାଯାଇଛି। ବିଶେଷ କରି ବରୀ ବ୍ଲକର ରତ୍ନଗିରି, ମନ୍ଦାରୀ, ଚନ୍ଦନପୁର,ଧାରପୁର, ଇଶାଣପୁର, ବାଲିଆ, ସ୍ୱାଇଁଖଣ୍ଡ ଆଦି ପଞ୍ଚାୟତରେ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ବ ସାବାଳକ ସଂଗଠନକୁ ମଜବୁତ କରିବାରେ ସହାୟକ ହୋଇଛନ୍ତି। ସମାଜର ଆର୍ଥିକ ଅନଗ୍ରସର, ଅବହେଳିତ, ପଛୁଆ ବର୍ଗର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଲକ୍ଷ ନେଇ ସଂଗଠନ ୩୦ ବର୍ଷ ହେବ ବିଧାନସଭାରେ ପ୍ରତିନିଧିତ୍ଵ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରି ଆସୁଛନ୍ତି , ଏହିକ୍ରମରେ ଚଳିତ ବିଧାନସଭା ନିର୍ବାଚନରେ ସଂଗଠନର ଅଶୋକ କୁମାର ବେହେରାଙ୍କୁ ପ୍ରାର୍ଥୀ ରୂପେ ମନୋନୟନ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି। ଏହି ସମ୍ମିଳନୀରେ ଜିଲ୍ଲା ଶାଖର
କର୍ଣ୍ଣଚନ୍ଦ୍ର ଘଡେଇ, ନୃସିଂହ ଚରଣ ବେହେରା‌ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ଅଶୋକ ଙ୍କ ସପକ୍ଷରେ ମତ ଦେଇଥିଲେ

Related Posts

About The Author

Add Comment