ଓୟୁଜେର ରାଜ୍ୟସ୍ତରୀୟ ମହାସମାବେଶ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୭ା୦୨: ଯାଜପୁର ଜିଲ୍ଲାର ଗୌତ୍ତମ ଭବନ ସଂସ୍କୃତି ପରିଶରରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ବିଧାନ ସଭାର ବାଚସ୍ପତି ପ୍ରମିଳା ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ବିରଜାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପଦିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଯୋଗଦାନ କରି ସାମ୍ବାଦିକ ମାନଙ୍କ ସମସ୍ୟା ସୁରକ୍ଷା ଏବଂ ସାମ୍ବାଦିକ ମାନଙ୍କ ପେନସନ କରାଯିବା ପାଇଁ ଶ୍ରୀମତୀ ଦେଓ ଦୁଃଖ ପ୍ରକାଶ କରିବା ସହିତ ସାମ୍ବାଦିକ ମାନେ କିପରି ଭାବରେ ଖବର ସଂଗ୍ରହ କରି ସରକାରଙ୍କ ଦୃଷ୍ଟି ଗୋଚର କରିବା ସହିତ ସାମ୍ବାଦିକ ମାନଙ୍କୁ ପେନସନ ଏବଂ ତାଙ୍କ ସରୁକ୍ଷା ସଂମ୍ପର୍କରେ ବନ୍ତବ୍ୟ ରଖିଥିଲେ । ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ଯୋଗଦେଇ ସାମ୍ବାଦିକ ମାନଙ୍କୁ ପେନସନ ଦେବା ସହିତ ସୁରକ୍ଷା ଦେବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରାଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବରେ ଓୟୁଜେର ସଦସ୍ୟମାନେ ତାଙ୍କର ପେନସନ ଏବଂ ସୁରକ୍ଷା ଦେବାଲାଗି ନିର୍ବାଚନ ପୂର୍ବରୁ କରାଯିବା ପାଇଁ ଶ୍ରୀ ମହାନ୍ତି ସରକାଙ୍କ ନିକଟରେ ଦାବି କରିଥିଲେ । ସ୍ୱାସ୍ଥ୍ୟବୀମା ୨ଲକ୍ଷରୁ ୫ଲକ୍ଷ ଟଙ୍କା ରାଜ୍ୟ ସରକାର କରିଥିବା ବେଳେ, ଏହାକୁ ୧୦ଲକ୍ଷ ଟଙ୍କା କରାଯିବା ପାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିବା ବେଳେ, ଅନ୍ୟ ରାଜ୍ୟ ମାନଙ୍କରେ ସାମ୍ବାଦିକ ମାନଙ୍କ ପେନସନ ଦିଆଯାଉଥିବା ବେଳେ, ଓଡ଼ିଶାରେ ତାହା ଏହାକୁ ଦେବାପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଶଣ କରିବା ସହିତ ଏଦିଗରେ ଦୃଷ୍‌ଟି ଦେବେ ବୋଲି ବାଚସ୍ପତି ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ ସଭାପତି ଏବଂ ପ୍ରେସ କାଉନ୍ସିଲ ଅଫ ଇଣ୍ଡିଆର ସଦସ୍ୟ ପ୍ରଶନ୍ନ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକଙ୍କ ଦାବି ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରିଥିଲେ । ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରୁଥିବା ବେଳେ, ସାମ୍ବାଦିକଙ୍କ ଏହି ଦୁଇଟି ଦାବି ପ୍ରତି ଦୃଷ୍ଟି ଦେବାଲାଗି ବାଚସ୍ପତିଙ୍କୁ ଦାବି କରିଥିଲେ । ଅନ୍ୟତମ ଅତିଥି ସମାଜ ସେବୀ କର୍ଣ୍ଣାଟ କେଶରୀ ଦାସ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାବି ଉପସ୍ଥାପନ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଏହି ଜିଲ୍ଲା କାର୍ଯ୍ୟକାରିଣୀ ମହାସମାବେଶରେ କମ୍ଭୁପାଣି ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ କୁମାର ପତି, ଜିଲ୍ଲା ପ୍ରଭାରୀ କିଶାନ ରାଉତ ତାଙ୍କ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଭାପତି ଆଦିତ୍ୟ କୁମାର ମେକାବଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ଉପସଭାପତି ଦେବପ୍ରଶାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ଉପସଭାପତି ରାଜିବ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ରଞ୍ଜିତ କୁମାର ରାଉତ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିରଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ମହାନ୍ତିଙ୍କୁ ଓୟୁଜେ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି କୃତିତ୍ୱ ଅର୍ଜନ କରିଥିବା ବିରଷ୍ଠ ଆଇଜିବୀ ରାଜିବ କୁମାର ମହାନ୍ତି, ଅଜନ ସହୁ, ପ୍ରତାପ ଦାସ, ଶିଶିର ରାୟ, ଅଭିମନ୍ୟୁ ସାହୁ, ଶିକ୍ଷାବିତ ଅଶ୍ମିତା ପତି, ଲେଲିନ ଦାସ, ବିପ୍ଲବ କେଶରୀ ସାମନ୍ତରାୟକୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲିଚନ୍ଦ୍ରପୁର ପ୍ରେସଫୋରମ ପକ୍ଷରୁ ଶ୍ରେଷ୍ଠ ଜିଲ୍ଲା ସଭାପତି ଭାବେ ଓୟୁଜେର ସଭାପତି ଆଦିତ୍ୟ ମେବାକ ଏବଂ ବରିଷ୍ଠ ଖବର କାଗଜ ବିତରକ ଅଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରୀ ସାମ୍ବାଦିକ ୟୁନିୟନ ପକ୍ଷରୁ ରାଜ୍ୟ ସଭାପିତ ପ୍ରଶନ୍ନ କୁମାର ମହାନ୍ତି ଏବଂ ଜିଲ୍ଲା ସଭାପତି ଆଦିତ୍ୟ ମେକାବଙ୍କୁ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ୨୮ଟି ଜିଲ୍ଲାରୁ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସଂଗଠକ ତପନ କୁମାର ମହାନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦିଲିପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ରାଉତରାୟ, ପରମେଶ୍ୱର ବେଉରୀଆ, ଅନିଲ ପଣ୍ଡା, ସୌମ୍ୟ ପ୍ରକାଶ ଦାସ, ଶକ୍ତିସୌରଭ ମହାପାତ୍ର, ରାଜ କୁମାର ମହାନ୍ତି ଏହି ମହାସମାବେଶରେ ମଞ୍ଚପରିଚାଳନା କରିଥିଲେ ।

Related Posts

About The Author

Add Comment