ସମ୍ବଲପୁର,୧୦/୦୨/୨୦୨୪(ସନ୍ଧାନନ୍ୟୁଜ):ଯୁଯୋମୁରା ବ୍ଲକ ନୁଆବରଙ୍ଗାମାଳ ପଞ୍ଚାୟତ କୁଲଶର ଠାରେ ସିକ୍ସ ଷ୍ଟାର କପ୍ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ୬ ୱଇକେଟ୍ ରେ ପିଥମପୁର ଦଳ ବିଜୟୀ ହୋଇଥିବା ବେଳେ ଉପ ବିଜେତା ଭାବେ ବିଶାଲଖିଣ୍ଡା କପ୍ ହାସଲ କରିଛନ୍ତି । ପ୍ରଥମ ସେମିଫାଇନାଲରେ ବଲଣ୍ଡା ଦଳ କେନ୍ଦୁଘାଟିକୁ ହରାଇ ଫାଇନାଲରେ ପହଞ୍ଚିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପିଥମପୁର ଦଳ ଦେଦରନୂଆଁପାଲି ଦଳକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏହି ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ମୁଖ୍ୟ ଅତିଥି, ଜ଼ିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ କବିତା ସାହୁ ଏବଂ ପୂର୍ବତନ ବ୍ଲକ ଅଧକ୍ଷ ଶରତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ବଲଣ୍ଡା ଦଳ ନିର୍ଦ୍ଧାରିତ ୮ ଓଭରରେ ୮ ୱାଇକେଟ୍ ବିନିମୟ ରେ ୫୧ ରନ୍ ସଂଗ୍ରହ କରିଥିଲେ I ପିଥମପୁର ଦଳ ୪ ୱଇକେଟ୍ ହରାଇ ମାତ୍ର ୫.୩ ଓଭର ରେ ୫୪ ରନ କରି ୬ ୱଇକେଟ୍ ରେ ବିଜୟୀ ହୋଇଛନ୍ତି । ଏହି ଖେଳ କୁ ଅମ୍ପାୟାର ଭାବେ ସୁଶାନ୍ତ ବେହେରା, ସରୋଜ ବଗର୍ତ୍ତୀ ଏବଂ ବଳରାମ ପୋଢ଼ ପରିଚାଳନା କରିଥିବାବେଳେ ୩ ଦିନ ଧରି ଅଶୋକ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । କ୍ଳବ ର ନିକୁଞ୍ଜ ପ୍ରଧାନ, ପାର୍ଥ ପଶାୟତ, ମୁକେଶ ପ୍ରଧାନ, ଲୋକେଶ ପାତ୍ର, ଚନ୍ଦନ ପ୍ରଧାନ, ଅଶ୍ବିନୀ ପ୍ରଧାନ, ବାବୁଲାଲ ଖାନ, ମନୋଜ ଦାସ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ବିଜେତା ଦଳ କୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଏବଂ ଉପ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ସିକ୍ସ ଷ୍ଟାର କପ୍ କ୍ରିକେଟ୍ ଟୁର୍ନାମେଣ୍ଟ : ୬ ୱଇକେଟ୍ ରେ ପିଥମପୁର ବିଜୟୀ
|
February 11, 2024 |



